STORYMIRROR

Pankajini Upadhaya

Others

3  

Pankajini Upadhaya

Others

ପରିବର୍ତ୍ତନର ଧାରା

ପରିବର୍ତ୍ତନର ଧାରା

1 min
13.7K



ଋତୁ ବଦଳୁଛି

ବଦଳୁଛି ଗ୍ରୀଷ୍ମର ତାତି

ଶୀତର ପ୍ରଭାବ ବି ବଦଳୁଛି

ବଦଳୁଛି ପୁଣି ବର୍ଷାଧାରାର ଗତିପଥ

ହେମନ୍ତର ହିମ ବଦଳୁଛି

ବଦଳୁଛି ଶରତର ଶୁଭ୍ରତା

ବସନ୍ତରେ ବଦଳୁଛି ପବନର ମୃଦ୍ଯୁତା

ବଦଳୁଛି ଦିବସର କାର୍ଯ୍ଯାବଳୀ

ମାସର ବ୍ୟବସ୍ଥା ବଦଳୁଛି

ବଦଳୁଛି ବାର୍ଷିକ ଗମନ ଆଗମନର

ଇଚ୍ଛା ବଦଳୁଛି

ବଦଳୁଛି ପ୍ରେମ

ପ୍ରତାରଣା ବଦଳୁଛି

ବଦଳୁଛି ଜୀବନର ଧାରା

ରାତ୍ରି ଆକାରର ତାରା ବଦଳୁଛି

ବଦଳୁଛି ରାତ୍ରର ଶଶାଙ୍କ

ସୂର୍ଯ୍ୟର ତାପ ବଦଳୁଛି

ବଦଳୁଛି ହାସ୍ଯର ଧାରା

କ୍ରନ୍ଦନର ରୋଳ ବଦଳୁଛି

ବଦଳିବା ସବୁ ପରି

ବଦଳୁଛି ଜୀବନର ଧାରା

ମାନସିକତାର ବିଚାର ବଦଳୁଛି

ବଦଳୁଛି ସମୟର ତାଳ

ବାଲ୍ଯରୁ ବଦଳୁଛି କୈଶୋର

ବଦଳୁଛି କୈଶୋରରୁ ବାର୍ଦ୍ଧକ୍ୟ

ସବୁ ବଦଳିଲା ବେଳେ

ବଦଳିବା ରାସ୍ତାରେ ଫେରୁଛି ଅତୀତ

ଦୃଶ୍ୟମାନ ତାର ସ୍ମତିପଟ

ବଦଳା ପଥରେ ପ୍ରେରଣାର ନାବ

ମନ ନିୟନ୍ତ୍ରଣର ଭାବ

ଭାବନାରେ ଭୂସ୍ଵର୍ଗ ସନ୍ଧାନ।

ବଦଳା ବଦଳି ଜୀବନ ସଙ୍ଘର୍ଷରେ

ଜୀଇବାର କଳା

ଜୀବନର ପରିପୂର୍ଣ୍ଣତା।


Rate this content
Log in