STORYMIRROR

Pareshchandra Das

Others

2  

Pareshchandra Das

Others

ପ୍ରହେଳିକା ନୁହେଁ ତ?

ପ୍ରହେଳିକା ନୁହେଁ ତ?

2 mins
308


ରୋଷଣୀ ଜଳିବ ବାଣ ଫୁଟିବ

ତୋରଣ ରେ ରାସ୍ତା ଘାଟ ରଂଗମୟ ହେବ।

ଡ଼ାକବାଜି ଯନ୍ତ୍ରର ତାଡନାରେ ଅତିଷ୍ଠ

ଲାଗିଲେ ବି କେମିତି ଗୋଟେ ଶିହରଣ

ଖେଳି ଚାଲିବ ଯେମିତି ଏହା ଏକ

ମହା ପର୍ବ ।।

ରାସ୍ତା ପାଖ ଚା ,ଜଳ ଖିଆ ଦୋକାନ,

ପାନ ବିଡ଼ି ଦୋକାନରେ ଚାଲିବ ଖଟି।

ପ୍ରଚାର ଓ ପ୍ରସାର,

ଇଏ ଭଲ,ସିଏ,

କେତେ ସମୀକ୍ଷା କେତେ ସମୀକରଣ,

ଅପାଠୁଆ ,ପାଠୁଆ,ଦରପାଠୁଆ

କେହି କାହାକୁ ଛାଡ଼ିବାକୁ ନାରାଜ,

ମୋର କଣ କହିବାର ସ୍ୱାଧୀନତା ନାହିଁ।

ତେମେ ଏକା କହି ଜାଣିଛ,

ହଇରେ ପୁଅ ଦେଖିବା,

ଆଁ ଗାଲ ଚିପି ଦେଲେ କ୍ଷୀର ବାହାରିବ

ବକଟେ ନାକୁ ପିଲା କଥା କହୁଛି ଦେଖ???

ସେ କାଳିଆ ମାଆର ବିଧବା ଭର୍ତ୍ତା,

ବିଲୁଆ ବୋପା ର ରେସନ କେତେ କଣ

ନ କରିଛି ଯେ,,ଯାଉନ,

ଦେଖିବୁ ଏଇନା....ଦେବି ଯେ ଗୋଟା

ବୋପା କୁ ମଉସା ଡାକିବୁରେ ପୁଅ...

ଏଁ ,ଯାହା ଦେଖୁଛ ସବୁ ତ ଆମେ କରିଛୁ..

ଦୁଇ ଶହ ,ମଣିଷ କିଣା ,ପାଞ୍ଚ ଶହ ,ପେଟ୍ରୋଲ

ଖାଇବା ମାଗଣା...ରାଲି ଚାଲ,,

ଜୟ ଧ୍ୱନି ରେ ଆକାଶ ଫାଟି ପଡିବ...

ଗୁଣ ଗାରିମାରେ କିଏ କାହାକୁ କମ କି

ପୁରା ହୋଲ ମାର୍କା,

ଏଁ ,କିଏ କହିଦେବ ...ଜିଭ ରହିବନି,

କୋଳାହଳ,,ଟଣା ଅଟରା... ଧାଁ ଦୌଡ଼,

ଦିଆ...ନିଆ ...ଖାଇବା...ପିଇବା,

ମିଟିଂ...ସିଟିଂ...ବୋଲି...ଡାକ,

କିଣା ..ବିକା...ହେଲୋ...ହାୟ..

ଦାଦା...ବୌଦି /ମଉସା... ମାଉସୀ,

ପାଦଛୁଆଁ,,,ଅର୍ଦ୍ଧ ବକ୍ର,,,ଠିଆ ଵାଲା

ନମସ୍କାର..ଘର ଘରକୁ ଗାଁ,,,ଗାଁକୁ

ସର୍ଵପରି ହେଇ ହେଇରେ ହେଇରେ ,

ହେଇରେ/ଆସିଲା ,,ଆସିଲାରେ ହାତ ମୁଠା

ଟାଣକର,,ମୁଠାକର...ଶକ୍ତକର

ଜିତେଇ ଦିଅ,,,ଜିତେଇ ନିଅ.. ଥୋପ..ଗୀତ,

ଗଣମାଧ୍ୟମ,ଫୁସୁଲା ,,ଫୁସୁଲି.

ଛାମୁଆଁ,,କୁଜି,,,ଦଲାଲ..ଏ ଶବ୍ଦ ମାନଙ୍କ

ଭିଡରେ ମୁଁ ଖୋଜୁଛି ଗଣତନ୍ତ୍ର କୁ,ସ୍ଵାଧୀନତାକୁ

ଆଉ ଆଖି ସାମ୍ନାରେ ଦେଖୁଛି ନିର୍ବାଚନକୁ,

ଅଣସର ଘରେ ଠାକୁରେ ରହନ୍ତି

ପୂଜା ପାଆନ୍ତି ନାହିଁ।

ଜିଅନ୍ତା ଠାକୁର ଏହି ଅଣସର

ସମୟରେ ଆବିର୍ଭାବ ହୁଅନ୍ତି,

ଦେବା ଦେବୀରୂପରେ ,ଦୁଃଖ ବୁଝନ୍ତି ,

ଯାହା ମାଗ ଆସନ କୁ ଗଲେ ତଥାସ୍ତୁ।

ଫଳିବ ନ ଫଳିବସମୟ କହିବ,

ଆତ୍ମ ସମୀକ୍ଷାରେ ହାରିଯାଏ

କେତେ ବୁଝିଛୁ ଗଣତଂତ୍ରକୁ,

ଯେଉଁ ଦେଶରେ ହେଲିକପ୍ଟର ଦେଖିବାକୁ

ଲୋକ ରୁଣ୍ଡ ହୁଅନ୍ତି ସଭା ପାଇଁ ନୁହଁ,

ଉର୍ବଶୀ ମେନକା ପରି ନାୟିକା ମାନଙ୍କୁ

ଦେଖିବାକୁ ଆସନ୍ତି ସଭା ପାଇଁ ନୁହେଁ

ସେମାନଙ୍କ ଆଭିମୁଖ୍ୟ ,,,,

ଲଙ୍କା କୁ ଯିଏ ଗଲା ,ସେ ଅସୁର।

କିଏ ଆମକୁ ପୋଷୁଛି କି?

ଭୋଟ ଦେବାକୁ ହେବ ଦେଲୁ,

ସରକାର ଯିଏ କଲେ କରୁ,

ମୋତେ ତ ସେଇ ହଳକରିବାକୁ ହେବ, ମୋତେ ତ ରିକ୍ସା ଟାଣିବାକୁହେବ

,ମୋତେ ତ ଦାଦନ ଖଟି ବାକୁ ପଡିବ

ମୋତେ ତ ନର୍ଦମା ସଫା କରିବାକୁ ହେବ

କେଉଁ ଭୋଟ ଦେଇ ଦେଲେ ଆମ ଭାଗ୍ୟ

ବଦଳି ଯାଉଛି କି?

ଯେଉଁ ଝାଟି ମାଟିର କୁଡିଆ କୁ

ସେଇ କୁଡିଆ,,,,

କଉଁ ସାତ ତଳ ପ୍ରାସାଦର ସ୍ବପ୍ନ

ଆମ ମନରେ ଉଙ୍କି ମାରୁଛି କି?

ସେଥିରେ ଆମ ମତଲବ କଣ?

ଯଦି ପ୍ରକୃତରେ ଏହାହିଁ ଗଣତନ୍ତ୍ର ହୁଏ

ଏ ଦେଶର ଗତି କୁଆଡ଼େ?

ଗଣତନ୍ତ୍ର ଏକ ପ୍ରହେଳିକା ନୁହେଁ ତ ?


ପରେଶ ଚନ୍ଦ୍ର ଦାସ, ଗୋପାଳପୁର,ଭୋଗରାଇ ,ବାଲେଶ୍ୱର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍