STORYMIRROR

Trilochan Karjee

Others

2  

Trilochan Karjee

Others

ପ୍ରେମିକା ପାଳୁଛି ଜାଗର

ପ୍ରେମିକା ପାଳୁଛି ଜାଗର

1 min
186



ପ୍ରେମିକା ପାଳୁଛି ଜାଗର

ସାରା ରାତି ରହି ଉଜାଗର

ବରଷକ ପରେ ପୁଣି ଥରେ

ହୋଇଅଛି ଉତ୍ସବ ମୁଖର।


ଦିନସାରା ସିଏ ଉପବାସେ ଅଛି

ଯାଇଅଛି ଶିବ ମନ୍ଦିର

ଲିଙ୍ଗ ଉପରେ କ୍ଷୀର ଢାଳୁଅଛି

ପ୍ରଭୁ ମହାଦେବଙ୍କର ।


ମନ୍ଦିର ବେଢାରେ ଚାହିଁ ବସିଅଛି

ଦୀପଟିଏ ଜାଳି ତାର

ଦେଖିବ ବୋଲି ମହାଦୀପକୁ

ହୋଇଅଛି ଏତେ ଆତୁର।


ମନସ୍କାମନା ପୂରଣ କରନ୍ତି

ବାବା ଧବଳେଶ୍ଵର

ମନଲାଖି ପାତ୍ର ଗୋଟେ ମିଳୁ

ହେଉ ପତି ପରମେଶ୍ବର।

ତ୍ରିଲୋଚନ କାର୍ଯୀ

ଗାଇଡା,ପାତ୍ରପୁର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍