STORYMIRROR

Bikesh Sahu

Others

3  

Bikesh Sahu

Others

ପ୍ରେମ ତୁମେ ଭାରି ବିଚିତ୍ର

ପ୍ରେମ ତୁମେ ଭାରି ବିଚିତ୍ର

1 min
13.7K


ଚିହ୍ନା ବା ତୁମେ କେତେ ଦିନର 

ଏଇତ ହାତ ଗଣତି ଦୁଇ ତିନିବର୍ଷ

ପ୍ରଥମ କରି ତୁମକୁ ଦେଖିଥିଲି 

ସିନେମାର ରଙ୍ଗୀନ ପରଦା ଭିତରେ

ଆମ ଗାଁ ନଈ ପଠା ଆମ୍ବ ଗଛ ମୂଳେ 

ଆଉ ଦେଖିଛି ଯଦି ଦେଖିଥିବି 

କୋଉ ପାର୍କ ନ ହେଲେ ସିନେମା ହଲ ଭିତରେ

ଆଉ ସେତିକିରେ ମୁଁ ତୁମକୁ ଯେତେ ଚିହ୍ନିଛି ସେତିକି ତ ଯଥେଷ୍ଟ

ସତରେ ପ୍ରେମ ତୁମେ ଭାରି ବିଚିତ୍ର ....।


ସମସ୍ତେ କୁହନ୍ତି ତୁମେ ପରା ଅଦୃଶ୍ୟ

କେହି ଦେଖିବା ନୁହଇ ସମ୍ଭବ

ବୋଧେ ସେଇଥି ପାଇଁ ତ 

ତୁମକୁ ଚିହ୍ନିବା ଭାରି କଷ୍ଟ

ଚିହ୍ନା ହୋଇବି ବେଳେ ବେଳେ ତୁମେ ହୋଇଯାଅ ଅଚିହ୍ନା

ନିଜର ବି ତୁମପାଇଁ ସାଜିଯାଏ ପର

ଆଉ ପର ସାଜିଯାଏ ନିଜର

ସତରେ ତୁମକୁ ବୁଝିବା ନୁହେ ତ ସହଜ 

ସତରେ ପ୍ରେମ ତୁମେ ଭାରି ବିଚିତ୍ର.....।


ଅନେକେ କହନ୍ତି ତୁମେ ପରା ଶାଶ୍ୱତ

ତୁମେ ପରା ଈଶ୍ୱର ଙ୍କ ପ୍ରତୀକ

ତୁମକୁ ଥରେ ଯିଏ ବନ୍ଧୁ କରି ହୃଦୟରେ ଥାପିଛି

ତା ଭିତରେ ତୁମେ ଭରିଦେଇଛ

ଅଦମ୍ୟ ଶକ୍ତି ଆଉ ସାହସ 

କାପୁରୁଷ ବି ତୁମ ସ୍ପର୍ଶରେ ସାଜିଯାଏ ବୀର

ଦୁନିଆ ସାଥିରେ ଏକା ଲଢ଼ିବାର 

ନେଇଯାଏ ସେ ଶପଥ

ନିଜ ପର ଭୁଲି ପ୍ରୀତି ପାଇଁ ହୁଏ ସେ ତ ପାଗଳ

ସତରେ ପ୍ରେମ ତୁମେ ତ ଭାରି ବିଚିତ୍ର.....।


ମୁଁ ବି ଭାବିଛି ଅନେକ ଥର

ତୁମ ସହ କରିବି ବନ୍ଧୁତ୍ୱ

ହେଲେ ଜମାରୁ କାଇଁ ମାନେନା ମୋ ହୃଦୟ

ବୋଧେ ସେ ଜାଣି ଯାଇଛି ତୁମେ ଛଳନାର ଅନ୍ୟ ଏକ ରୂପ

ବିଶ୍ୱାସରେ ଦିଅ ବୋଲି ବିଷ

ନିଜ କୁ ବି କର ବୋଲି ପର

ଚୋରି କର ଆଖି ନିଦ ଆଉ ଉଦରର ଭୋକ

ବୋଧେ ସେଇଥି ପାଇଁ ତୁମେ ମୋ ପାଇଁ ପର

ତୁମ ଠାରୁ ଲକ୍ଷେ ଗୁଣ ବନ୍ଧୁତା ତ ଭଲ

ସତରେ ପ୍ରେମ ତୁମେ ଭାରି ବିଚିତ୍ର......।


ଭୁଷଲାଡ଼,ସିନ୍ଧେକେଲା,ବଲାଙ୍ଗୀର

ମୋ-୭୭୫୨୦୬୬୨୧୭


Rate this content
Log in