STORYMIRROR

Mamatamanjari Das

Others

3  

Mamatamanjari Das

Others

ପ୍ରଭୁ ପାଦେ ମୋର ଅଳି

ପ୍ରଭୁ ପାଦେ ମୋର ଅଳି

1 min
169

ଭାରି ଭଲ ଲାଗେ ଜେଜେଙ୍କର ମୁଣ୍ଡ

ଚିକ୍କଣଚିକ୍କଣ ଦିଶେ

ଅରୁଆଚାଉଳ ଗୋଟିଏରହେନି

ତଳକୁ ସେ ଖସି ଆସେ ।


ଠୁକୁଲୁ ଠୁକୁଲୁ ତବଲା ପରାଏ

ବଜାଏ ମୁଁ ଛୁଆବେଳେ

କଅଁଳ ହାତର ନରମ ପରଶ

ଜେଜେ ଶୋଇଯାନ୍ତି ଧୀରେ।


ନାଣ୍ଡୁ ବୋଲି ଜେଜେ ତାଙ୍କ ମାଆ କାଳେ

ଜେଜେଙ୍କ ନାମ ରଖିଥିଲେ ନାଣ୍ଡି

ଏହି କଥା ସିଏ କହୁ କହୁ ମୋତେ

ଖୁସିରେ ପକାନ୍ତି କାନ୍ଦି ।


କଥାରେ କହନ୍ତି ନାଣ୍ଡୁ ଲୋକମାନେ

ହୋଇଥାନ୍ତି କାଳେ ଜ୍ଞାନୀ

ମୋ ଜେଜେବି ଜଣେ ଜ୍ଞାନବାନ ବ୍ୟକ୍ତି

ଆଉ ପୁଣି ଅଭିମାନୀ।


ଦୁଃଖୀ ଲୋକଙ୍କର ସେବା ସେ କରନ୍ତି

ଆପଣା ଦୁଃଖକୁ ଭୁଲି

ତାଙ୍କ ପରି ଜେଜେ ମିଳନ୍ତୁ ସଭିଙ୍କୁ

ପ୍ରଭୁ ପାଦେ ମୋର ଅଳି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍