STORYMIRROR

Pankajini Upadhaya

Others

3  

Pankajini Upadhaya

Others

ପ୍ରାବଲ୍ୟ

ପ୍ରାବଲ୍ୟ

1 min
14K


ଜଳର ପ୍ରାବଲ୍ୟ

ସଂରକ୍ଷଣ

ଜଳର ସଂରକ୍ଷଣ

ଆଜି ପ୍ରଶ୍ନବାଚୀ ?

ସଂରକ୍ଷଣର କଥା

ସଂରକ୍ଷଣର ଦିବସ

ବିଚାର ବିମର୍ଷର ବିଷୟ

ତା'ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା

ପ୍ରତ୍ୟେକ ପରିବାର

ପ୍ରତିଟି ମଣିଷ

ଜଳର କରିବେ ସଂରକ୍ଷଣ

ଛାତ ଉପରେ

ବର୍ଷା ଜଳ ରହିବ

ସଂରକ୍ଷିତ ହୋଇ

ଜଳାଭାବ ରହିବ ନାହିଁ

ତୃଷାର୍ତ୍ତ କେହି ରହିବେନି

ଅଭାବ ରହିବନି

ଜଳର।

ସୁନ୍ଦର ପରିକଳ୍ପନା

ସୁନ୍ଦର ଯୋଜନା

ଦେଶ ଆଗକୁ ଯାଉଛି

ବିଜ୍ଞାନ ଆଗୋଉଛି

ସତରେ ସୁନାର ସପନ

ପ୍ରଗତିର ପାଉଛ

ଦେଶ ଆଗେଇବ

ଅଭାବ, ଦୁଃଖ ରହିବନି

କି ସୁନ୍ଦର ଚିନ୍ତନ ?

ବାସ୍ତବତାକୁ ପରଖିବା

ଅନ୍ଧ ଚକ୍ଷୁରେ

ଚଷମା ଦେଇ ନୁହେଁ

ଦୂର ଦୃଷ୍ଟିରେ ସମ୍ପର୍ଣ୍ଣ ହୋଇ ।

ସ୍ମାଟ ହୋଇଯିବା

ରାଜଧାନୀ କମ୍ପିବ

ନାଗରା ବାଜିବ

ଦେଶ ବିଦେଶରେ

ନାଆଁ କରିବ

ବାସ ନାଆଁ ନାଆଁରେ

କୋଟି କୋଟି ଟଙ୍କାର ପ୍ରୋଜେକ୍ଟ।

ଭୁବନେଶ୍ବର ସ୍ମାଟ ହୋଇଗଲା

ମାନ୍ୟତା ପାଇଗଲା

ଯୋଜନା ପରେ ଯୋଜନା

ସଫଳ ରୂପରେଖ

ଅସରନ୍ତି କାମ

ରାତାରାତି କାମ

ସ୍ଵପ୍ନର ସ୍ମାର୍ଟ ।

ମାନବର ଇଚ୍ଛା

ଭଗବାନଙ୍କ ଉଦ୍ଦେଶ୍ୟ

ମଧ୍ୟରେ

ବଡ ପ୍ରାଚୀର ।

ସୁଖର ରାତି ପାହି ପାହି ଆସିଲା

ଇନ୍ଦ୍ରର କାମ

ସିଏ କ’ଣ ଆଉ କରିବନି ?

ବର୍ଷାର ତାଣ୍ଡବ

ଲଘୁ ଚାପର ମାଡ

ବର୍ଷଣ ପ୍ରବଳ

କୁଆଡେ ଯିବେ

ସେ ଅମୂଲ୍ୟ ନିଧି ।

ସବୁ ନିଚ୍ଚ ପୁରିଗଲା

ଉଚ୍ଚକୁ ଆସିଲା

ଘର ଦ୍ବାର ରାସ୍ତା ଘାଟ

ଜଳମଗ୍ନ

ସଂରକ୍ଷଣ ଏବେ ପ୍ରଶ୍ନବାଚୀ ?

ଜଳମୟ ବସୁଧା

ସବୁଠି ଜଳ ହିଁ ଜଳ

ଖାଇବ ଜଳ

ପିଇବ ଜଳ

ସବୁ କାମରେ ଜଳ

ଅଭାବ କାହିଁ।


Rate this content
Log in