Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mamatamanjari Das

Others

3  

Mamatamanjari Das

Others

ପଞ୍ଚକ

ପଞ୍ଚକ

1 min
335


ବର୍ଷ ମଧ୍ୟେ ଶ୍ରେଷ୍ଠ କାର୍ତ୍ତିକ ମାସଟି

ଓଷା ମଧ୍ୟେ ଶ୍ରେଷ୍ଠ ପଞ୍ଚକ

ଏହି ପାଞ୍ଚ ଦିନ ଆମିଷ ନଖାଇ

ବଗ ବି ହୁଅଇ ଧାର୍ମୀକ ।


ଏହି ପାଞ୍ଚ ଦିନ ଚଉରା ମୂଳରେ

ଲଗାଇ ଆକାଶ ଦୀପ

ଘରର ଘରଣୀ ମୁଣ୍ଡିଆଟେ ମାରି

କରିଥାଏ ମାନସିକ ।


ବଡି ଅନ୍ଧାରରୁ ସ୍ନାହାନ କରିଣ

ମୂରୁଜ ପକାଇ ଚଉରା ମୂଳେ

ଶିବଙ୍କ ମନ୍ଦିରେ ମଙ୍ଗଳ ଆଳତୀ

ଦେଖିଦେଲେ ଥରେ ଏ ବେନି ଡୋଳେ

ସବୁ ଦୁଃଖ କଷ୍ଟ ଦୂର ହୋଇଯାଏ

ହୃଦୟରେ କେତେ ଆନନ୍ଦ ଖେଳେ ।


ଶାସ୍ତ୍ରରେ ବର୍ଣ୍ଣିତ କାର୍ତ୍ତିକ ମାସରେ

ଦରଶନ କଲେ ତିନି ଠାକୁର

ସବୁଜନ୍ମ ପାପ ହୋଇଯାଏ ଦୂର

ମିଳିଥାଏ କାଳେ ପୂଣ୍ୟ ଅପାର ।



Rate this content
Log in