ପଞ୍ଚକ
ପଞ୍ଚକ
1 min
310
କାର୍ତ୍ତିକ ପଞ୍ଚକ ଆସିଛି
ଶ୍ରୀ କ୍ଷେତ୍ରରେ ଦେଖ
ଗହଳ ଚହଳ
ବୋହୁ ବି ହବିଷ ଖାଉଛି
ଓଉ ସାରୁ ଦର ବଢି଼ଛି
ଶୋଣିତ ଶୋଷଣ
ଚାଲିଲେବି ଏଠି
ଶାସକ ଘୁଙ୍ଗୁଡି ମାରୁଛି
ନିଦା ବିଷ୍ନୁ ସାଜି ଦେଖୁଛି ...
ଚଉରା ମୂଳରେ
ମୁରୂଜ ପଡ଼ିଛି
ବକ ମୀନଖିଆ ଛାଡ଼ିଛି
ଧରମ ଗୁଳାରେ
ଜଗତ ଭାସୁଛି
କାର୍ତ୍ତିକ ପଞ୍ଚକ ଆସିଛି...
ସାଗରର ତଟ
ଉଛୁଳି ପଡୁଛି
ହୁଳହୁଳି ଶବ୍ଦ ଶୁଭୁଛି
ଶରତର ଶୀତ
ହଜିଗଲା କାହିଁ
ଧରଣୀର ପାପ ବଢ଼ିଛି
ପଂଞ୍ଚକର ପୂଣ୍ୟ
ଲକ୍ଷ୍ମୀ ନାରାୟଣ
ସତେକି ମଣିଷ ବୁଝିଛି....
