STORYMIRROR

Ajita Mishra

Others

3  

Ajita Mishra

Others

ପଞ୍ଚକ

ପଞ୍ଚକ

1 min
314

କାର୍ତ୍ତିକ ପଞ୍ଚକ ଆସିଛି

ଶ୍ରୀ କ୍ଷେତ୍ରରେ ଦେଖ

ଗହଳ ଚହଳ

ବୋହୁ ବି ହବିଷ ଖାଉଛି

ଓଉ ସାରୁ ଦର ବଢି଼ଛି

ଶୋଣିତ ଶୋଷଣ

ଚାଲିଲେବି ଏଠି

ଶାସକ ଘୁଙ୍ଗୁଡି ମାରୁଛି

ନିଦା ବିଷ୍ନୁ ସାଜି ଦେଖୁଛି ...


ଚଉରା ମୂଳରେ

ମୁରୂଜ ପଡ଼ିଛି

ବକ ମୀନଖିଆ ଛାଡ଼ିଛି

ଧରମ ଗୁଳାରେ

ଜଗତ ଭାସୁଛି

କାର୍ତ୍ତିକ ପଞ୍ଚକ ଆସିଛି...


ସାଗରର ତଟ

ଉଛୁଳି ପଡୁଛି

ହୁଳହୁଳି ଶବ୍ଦ ଶୁଭୁଛି

ଶରତର ଶୀତ

ହଜିଗଲା କାହିଁ

ଧରଣୀର ପାପ ବଢ଼ିଛି

ପଂଞ୍ଚକର ପୂଣ୍ୟ

ଲକ୍ଷ୍ମୀ ନାରାୟଣ

ସତେକି ମଣିଷ ବୁଝିଛି....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍