STORYMIRROR

Prakash Kumar Chand

Others

2  

Prakash Kumar Chand

Others

ଫୁଲେଇ ରାଣୀ

ଫୁଲେଇ ରାଣୀ

1 min
14.7K


ଫୁଲ ସବାରୀରେ ବସିବୁ କେବେ ତୁ,

ଆଲୋ ମୋ ଫୁଲେଇ ରାଣୀ,

ଫୁଲ ପରିକା ତୋ ଗୋରା ଦେହରେ,

ପଡ଼ିବ ବାଡୁଅ ପାଣି ।।


ହାତରେ ମେହେନ୍ଦି ମଥାରେ ଚନ୍ଦନ,

ପାଦରେ ଅଳତା ଗାର,

ପାଦ ଚିପିଚିପି ଆସିବୁ ବେଦୀକୁ,

ପାଖରେ ବସିବୁ ମୋର,

କଣେଇ କଣେଇ ଚୋରା ଚାହାଣିରେ,

ଧୀରେ ନେବୁ ମନ କିଣି,

ଫୁଲ ସବାରୀରେ....... ।।


ସାତ ଜନମକୁ ହୋଇବ ଏକାଠି,

ଦୁଇଟି ଅଜଣା ମନ,

ସେଦିନ ମୋ ଘରେ ଅନ୍ଧାର ରାତିରେ,

ଦେଖିବି ହଜାରେ ଜହ୍ନ,

ସେ ଜହ୍ନ ଆଖିରେ ନିଦ କିଆରୀରେ,

ସୁନା ସ୍ୱପ୍ନ ଦେବି ବୁଣି ,

ଫୁଲ ସବାରୀରେ....... ।।


ପ୍ରକାଶ କୁମାର ଚାନ୍ଦ

ଜୟପୁର ଶାସନ ପିପିଲି ପୁରୀ

୯୮୫୩୩୫୩୯୩୮


Rate this content
Log in