Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ambika Swain

Others

2.5  

Ambika Swain

Others

ଫୁଲେଇ ବର୍ଷା

ଫୁଲେଇ ବର୍ଷା

1 min
6.9K


ଟୁପୁରୁ ଟୁପୁରୁ ଅମାନିଆ ବର୍ଷା

ଆସିଯାଏ ଯେତେବେଳେ

ମନ ଭରି ସିଏ ବରଷି ଯାଏ

ଅମାପ ଜଳ ସେ ଢାଳେ ।

ଟୁପୁରୁ ଟୁପୁରୁ ଫୁଲେଇ ବରଷା

ଘଡି ଜି ଘଡି ଅନ୍ତରେ

ବରଷୁ ଥଏ ସେ ଭିଜାଇବାକୁ

ମାଟି ମାଆର କୋଳରେ ।

ଟୁପୁରୁ ଟୁପୁରୁ ବର୍ଷା ରେ ଭିଜିଣ

ଚାଲିବାକୁ ଲାଗେ ମଜା

କାଦୁଅ ଛିଟାରେ ଗୋଡ ଖସି ଗଲେ

ମନ ହୋଇ ଯାଏ ତାଜା ।

ଟୁପୁରୁ ଟୁପୁରୁ ବରଷା ଛିଟାରେ

ଭିଜିବାକୁ ଭଲ ଲାଗେ

ଅନ୍ତରରେ ଭାରେ ଅସରନ୍ତି ଖୁସି

ମନରେ ପୁଲକ ଜାଗେ ।

ଟୁପୁରୁ ତୁପରୁ ବରଷା ରେ ଭିଜି

ଚ।ତକ ପିଇ ଥାଏ ନୀର

ହରଷେ ନାଚନ୍ତି ପ୍ରେମୀ ଯୁଗଳ

ନୃତ୍ୟ ତାଳେ ଦେଇ ସ୍ବର ।।


ଅମ୍ବିକା ସ୍ୱାଇଁ


Rate this content
Log in