ଫେରିଆସ ଶ୍ୟାମଘନ
ଫେରିଆସ ଶ୍ୟାମଘନ
ଝୁରୁଅଛି ଗୋପ ଝୁରୁଛି ମଥୁରା ଝୁରେ ଆଜି ବୃନ୍ଦାବନ ଝୁରେ ରାଧାରାଣୀ ଝୁରେ ଗୋପାଳୁଣି ଝୁରୁଛି କଦମ୍ବ ବନ ।
ଝୁରୁଛି ଯଶୋଦା ଝୁରୁଛନ୍ତି ନନ୍ଦ ଝୁରେ ସାଙ୍ଗ ସାଥୀ ମେଳ ଝୁରନ୍ତି ଯେତେକ ଗୋପର ବାଳକ ଝୁରଇ ଯମୁନା କୁଳ ।
ଝରାଫୁଲ ସମ ମଉଳି ପଡିଛି ଯଶୋଦା ମା' ର ମନ ଝୁରି ଝୁରି ନିତି ଲୋତକ ଝରାଏ କେବେ ଫେରିବ ତା ଶ୍ୟାମଘନ
ଝରୁଥିବା ଫୁଲ ଝୁରୁଥିବା ଆତ୍ମା ସବୁ ହୋଇଲାଣି ବାସୀ ଝୁରଇ କଦମ୍ବ ମାଳତୀ ର କୁଞ୍ଜ ଶ୍ୟାମଘନକୁ ନ ଦେଖି ।
କେବେ ଫେରିବ ତା' ନୟନର ମଣି କେବେ ଫେରିବ ତା' ଶ୍ୟାମଘନ ଝୁରୁଥିବା ଆତ୍ମା ଶୀତଳ ହୋଇବ ଫେରିଆସ ଶ୍ୟାମଘନ ।
ମମତା ମଞ୍ଜରୀ ଦାସ ,କଟକ
