STORYMIRROR

Rajabala Tripathy

Others

2  

Rajabala Tripathy

Others

ଫାଲ୍ଗୁନି ପରଶ

ଫାଲ୍ଗୁନି ପରଶ

1 min
281



ପ୍ରିୟତମ ମୋର...

ଫାଲ୍ଗୁନର ଆଗମନୀ ବାର୍ତା ନେଇ

ତୁମେ ଯେବେ ପଦ ଥାପିଲ ମୋ ହୃଦୟ ରାଜ୍ୟରେ।।

ଅପୂର୍ବ ଆନନ୍ଦ ନେଇ

ପ୍ରବାହିତ ହେଲେ ମୋ ସମସ୍ତ

ସ୍ନାୟୁମାନେ ତୁମ ଆଡ଼କୁ।।

ସମସ୍ତ ରକ୍ତ ବିନ୍ଦୁ ମୋ

ଉଲ୍ଲସିତ ହେଲେ

ତୁମ ପ୍ରୀତିମୟ ଉଷ୍ମତାରେ

ତୁମ ଦେହର ଛୁଆଁ ରେ।।

ଗଭୀର ଆଶ୍ଲେଷ ନେଇ

ତୁମେ ଯେବେ ଆଲିଙ୍ଗନ କଲ

ପୂର୍ଣ୍ଣ ହେଲା ମୋ ଭିତରେ

ଯେତେସବୁ ଅପୂର୍ଣ୍ଣ ଇଲାକା ।।

ଜାଗ୍ରତ ହେଲେ କେଉଁ କାଳରୁ

ସୁପ୍ତ ଯେତେ ଅଧୁରା ସ୍ବପ୍ନସବୁ।।

ଅକସ୍ମାତ ଏକ ମଧୁର କୋଳାହଳରେ

ଅନ୍ତର ମୋ ମୁଖରିତ ହେଲା।।

ଦୁନିଆ ର ସବୁତକ ରଙ୍ଗ ନେଇ

ବୋଳି ଦେଲ ତୁମେ

ମୋ ସମଗ୍ର ଦେହରେ

ତୁମ ଓଠର ସ୍ପର୍ଶ ରେ

ଜୀବନ ମୋ ହେଲେ ରଙ୍ଗମୟ।।

ମାଟିଠୁ ଆକାଶ ଯାଏଁ

ପାଣିରୁ ପବନ ଯାଏଁ

ମୋ ପୃଥିବୀ ହେଲା ତୁମମୟ।।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍