STORYMIRROR

Rajabala Tripathy

Others

3  

Rajabala Tripathy

Others

ଫାଲ୍ଗୁନି ପରଶ

ଫାଲ୍ଗୁନି ପରଶ

1 min
13K


ପ୍ରିୟତମ ମୋର...

ଫାଲ୍ଗୁନର ଆଗମନୀ ବାର୍ତା ନେଇ

ତୁମେ ଯେବେ ପାଦ ଥାପିଲ

ମୋ ହୃଦୟ ରାଜ୍ୟ ରେ।।

ଅପୂର୍ବ ଆନନ୍ଦ ନେଇ

ପ୍ରବାହିତ ହେଲେ..

ମୋର ସମସ୍ତ ସ୍ନାୟୁ ମାନେ

ତୁମ ଆଡକୁ..।।

ସମସ୍ତ ରକ୍ତବିନ୍ଦୁ ମୋ

ଉଲ୍ଲସିତ ହେଲେ...

ତୁମ ପ୍ରୀତିମୟ ଉଷ୍ମତାରେ..

ତୁମ ଓଠର ସ୍ପର୍ଶରେ।।

ଏକ ଗଭୀର ଆଶ୍ଲେଷ ନେଇ

ତୁମେ ଯେବେ ଆଲିଙ୍ଗନ କଲ

ପୂର୍ଣ୍ଣ ହେଲା ଯେତେସବୁ

ମୋ ଭିତର ଅପୂର୍ଣ୍ଣ ଇଲାକା।।

ଜାଗ୍ରତ ହେଲେ ମୋ ଭିତରେ

ସୁପ୍ତ ଯେତେ

ମଧୁର ସ୍ବପ୍ନ ସବୁ।।

ଅକସ୍ମାତ ଏକ ମଧୁର କୋଳାହଳରେ

ଅନ୍ତର ମୋ ହେଲା ମୁଖରିତ।।

ଦୁନିଆ ର ସବୁତକ ରଙ୍ଗ ନେଇ

ବୋଳି ଦେଲ ତୁମେ

ମୋ ଦେହରେ

ତୁମ ଓଠର ସ୍ପର୍ଶ ରେ..

ଜୀବନ ମୋ ହେଲା ରଙ୍ଗମୟ।।

ମାଟିରୁ ଆକାଶ ଯାଏଁ

ପାଣିରୁ ପବନ ଯାଏଁ

ମୋ ପୃଥିବୀ ହେଲା ...

ତୁମମୟ...।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍