STORYMIRROR

Sudhir Kumar Panda

Others

3  

Sudhir Kumar Panda

Others

ଫାଘ

ଫାଘ

1 min
384

ଜଙ୍ଗଲର ରାଜା ହେବାପାଇଁ

ଲାଗିଥିଲା ପ୍ରତିଯୋଗୀତା

କିନ୍ତୁ ଜଙ୍ଗଲ ଆଉ 

ଜଙ୍ଗଲ ହୋଇ ନଥିଲା।

ବିଲୁଆ ମନ୍ତ୍ରୀ ହେବାପରେ

ବିକି ଦେଇଥିଲା କିଛି ଅଂଶ

ଆମାଜନ ଟୁର୍ ପ୍ରତ୍ୟାଶାରେ,

ଆଉ କିଛି ମାଂସର ଆଶାରେ।


ପଡୋଶୀ ଜଙ୍ଗଲର

ନୀଳ ବର୍ଣ୍ଣ ଶୃଗାଳ ବୁଦ୍ଧିରେ

କିଛି ବାଘ ନିଜକୁ ସଜାଇଥିଲେ

ନୀଳ ବାଘ ରୂପରେ,

ଆଉ କିଛି ବହୁବର୍ଣ୍ଣୀ ଗାରେ।


ଜଙ୍ଗଲ ମଙ୍ଗଳ ଯୋଜନାର

ଛୁଟିଥିଲା ସୋମରସର ବନ୍ୟା

ନିଶାରେ ଚୁର ଥିବା

ବେରଙ୍ଗି ବାଘ ବାଘୁଣୀ

ଶକ୍ତିରେ, ସାମର୍ଥ୍ୟରେ, ଶବ୍ଦରେ

ହୋଇଯାଇଥିଲେ ଶକ୍ତିହୀନ

ଯଦିଓ ସମସ୍ତେ ନିଜକୁ

ଜଙ୍ଗଲର ରଜା ମନେକରି

କହୁଥିଲେ

ମୋ ସରକାର।


ଆଉ କିଛି ବାଘ,

ପୁରୁଣା ଖଟିରେ

ନଟର ନଟୀରେ

ଧରିଲେ ଚଟିରେ

ନପାଇ ଶିକାର

ହୋଇଲେ ବେକାର

କରିଲେ ଚିତ୍କାର

ନଶୁଣେ ସର୍କାର

ହେଲା ହାହାକାର।


ଆଉ କିଛି କରୁଥିଲେ ବ୍ରତ

ମିଛଟାକୁ କହୁଥିଲେ ସତ

ଲବି କରି ଗଢୁଥିଲେ ଛବି

ମନେ ତାଙ୍କ ଭରିଥିଲା ଭୋକ

କହୁଥିଲେ, 

ମାଛଖଣ୍ଡ, ମଲା ମାଂସ

ଯାହା ବି ଚଳିବ

ଅନ୍ତତଃ କ୍ଷୁଧା ତ ଟଳିବ।


କେତେ ଦିନ ରହିବ ଭୋକିଲା

ଯେତେ ଖାଇ ମନ ନ ପୁରିଲା

ଖାଦ୍ୟ ତାର ଯେବେ ଗଲା କମି

କହିଲା ମୁଁ ସନ୍ୟାସ ହିଁ ନେବି

ବାଘ ହୋଇ ଆଉ ଲାଭ ନାହିଁ

ଲାଭ ବିନା ମୁଁ ଏଠାରେ କାହିଁ

ବାଘ ନୁହଁ,

ଏଥର ମୁଁ ଫାଘ ହେବି।


ବାଘ ବୋଲି ନାଁଆଟା ଛଡା

ଆଉ କିଛି ନାହିଁ ଏ ସ୍ଥାନରେ

ଯାହା ଖାଲି ପ୍ରତିବର୍ଷ

ପାଦଗଣନାରୁ 

ବଢିବା କମିବା ସଂଖ୍ୟା

ଟିଭି ସ୍କ୍ରୋଲ ନତୁବା

ସୋସିଆଲ ମିଡିଆ ଟ୍ରୋଲରେ।


ନାଆଁ ଛଡା କିଛି ଆଉ

ରଖିନାହିଁ ବାଘ

ତେଣୁ ସବୁ ବାଘ ଇଚ୍ଛା

ହେବା ପାଇଁ "ଫାଘ"।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhir Kumar Panda