STORYMIRROR

Chittaranjan Lenka

Others

2.5  

Chittaranjan Lenka

Others

ପଦେ କଥା

ପଦେ କଥା

1 min
40.1K


 

ତୁମ ପଦେ କଥା    ଯଦି କାହା ମନେ

ଆଣେ ଆନନ୍ଦ ଅପାର

ସେ ପଦିକ କଥା      କାହିଁକି ରୋକୁଛ

ଆହେ ପ୍ରିୟ ବନ୍ଧୁ ମୋର

 

ତୁମ ପଦେ କଥା   ଯଦି କାହା ମନେ

ଆଘାତ ଦିଏ ପ୍ରଖର

ସେ ପଦିକ କଥା        କହିବା ପୂର୍ବରୁ

ବାରମ୍ବାର ଚିନ୍ତା କର

 

ଜୀବନର ଅନ୍ୟ    ନାମ ଯେ ଯନ୍ତ୍ରଣା

ଅଳପ ବହୁତେ ଜଣା

ଅନୁଭବୀ ଏକା     କହି ପାରିଥାଇ

ସତ ଅଟେ କିବା ନା’

 

ତଥାପି ବି ବନ୍ଧୁ         ଯନ୍ତ୍ରଣାର ପାଇଁ

ଅଛି କିଛି ଉପଶମ

ଭେଦ ଭାବ ଭୁଲି   ଭାଇ ବନ୍ଧୁ ଭାବି

କରିଲେ ସଭିଙ୍କୁ ପ୍ରେମ

 

ଜନମ ହୋଇଛେ   ଜୀବନ ପାଇଛେ

କରିବା କାହିଁକି ବାଦ

ମନେ ରଖ ବନ୍ଧୁ    ସଚ୍ଚା ପ୍ରେମ ବିନୁ

ଜୀବନରେ ନାହିଁ ସ୍ୱାଦ

 

 


Rate this content
Log in