STORYMIRROR

Deepak Sarangi

Others

2  

Deepak Sarangi

Others

ପାଷାଣୀ ନାୟିକା

ପାଷାଣୀ ନାୟିକା

1 min
4.4K


କୋଣାର୍କ ମନ୍ଦିରର ପାଷାଣୀ ନାୟିକା

ଅଟଇ ଅଳସି କନ୍ୟା,

ଶିଳ୍ପୀ ଗୋ ତୁମେ ଆଙ୍କି ଦେଇ ଅଛ

ଶୃଙ୍ଗାର ଭରା ବନ୍ୟା ।

ନାୟିକା ଆଖିରେ ସ୍ଵପ୍ନ ଅନେକ

ନିଦ ତ ଆସଇ ନ।ହିଁ,

ରୁଣୁଝୁଣୁ ହୋଇ ନୂପୁର ବଜାଇ

ଗୁଣୁଗୁଣୁ ଗୀତ ଗାଇ ।

କେତେ ମୌସୁମୀ ପବନ ବହିଛି

ଆସିଛି ବସନ୍ତ ପୁଣି

ଶିଳ୍ପୀର ସେଇ ନିହାଣ ମୁନରେ

ଅଶ୍ରୁ ହିଁ ତାର କାହାଣୀ।

ଅତୀତର ସବୁ ଇତିହ।ସର

ମୁକସାକ୍ଷୀ ଅଟେ ସିଏ,

ଫିକା ଫିକା ସ୍ମୃତି ସାଉଁଟି ଦେଇ

ମନକୁ ଭୁଲାଇ ଦିଏ।

ଚିରଦିନ ପାଇଁ ପଥର ରୁପରେ

ସବୁପୁଣି ଦେଖୁଥାଏ,

ଶିଳ୍ପୀ ସେଇ ନିହାଣ ମୁନ

କେତେ କଥା କହିଯାଏ ।

ଦୀପକ ଷଡଙ୍ଗୀ

ଅଧ୍ୟାପକ,ରୋଲାଣ୍ଡ ଫାର୍ମାସୀ କଲେଜ

ଖୋଡାସିଂଗି, ବ୍ରହ୍ମପୁର – ୧୦


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍