Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pratima Satpathy

Others

4  

Pratima Satpathy

Others

ପାର୍ବଣ ଆସିଛି

ପାର୍ବଣ ଆସିଛି

1 min
359



ପାର୍ବଣ ଆସିଛି, ମରତ ହସୁଛି 

  ମାଆଙ୍କର ଆଗମନ

ନାନା ଜାତି ଫୁଲ ଫୁଟି ଉପବନ

   ଦିଶୁଅଛି ସୁଶୋଭନ ।


ନିର୍ମଳ ଦିଶଇ ନୀଳ ଆକାଶରେ

   କୁଆଁର ପୁନେଇଁ ଜହ୍ନ

ଶୁଭ୍ର କାଶତଣ୍ଡି ଚାମର ହଲାଇ

   ମାଆଙ୍କୁ କରେ ବନ୍ଦନ ।


ଭ୍ରମରି ବଜାଏ କୁସୁମ ବାଲ୍ଲକି, 

   ଗାଏ ହଳଦୀ ବସନ୍ତ

ଗାଉଛି ଝିଙ୍କାରି ମଙ୍ଗଳ ମହୁରୀ,

   କୁମ୍ଭାଟୁଆ ମାଙ୍ଗଳିକ ।


ସିଂହ ବାହାନରେ ଆସୁଛନ୍ତି ମାଆ

    ପୁଲକିତ ହୁଏ ମହୀ

ବରଷକେ ଥରେ ଓହ୍ଲାନ୍ତି ମର୍ତ୍ତ୍ୟରେ

   ନବଦିନ ପୂଜା ପାଇଁ ।


ବିରକାହାଳି ଓ ମନ୍ତ୍ର ଧ୍ଵନୀ, ଘଣ୍ଟ,

   ଶଙ୍ଖ, ବାଦ୍ୟ, ନିନାଦିତ

ସୂ ସ୍ୱାଦୁ, ସୁଗନ୍ଧ, ଦ୍ରବ୍ୟରେ ମାଆଙ୍କୁ

  କରିବେ ସର୍ବେ ସ୍ବାଗତ ।


ଶ୍ରଦ୍ଧା, ଭକ୍ତି, ଭାବ ରସରେ, ମାଆଙ୍କ

   ଷୋଡଷ ପଚାରେ ପୂଜା

ଆନନ୍ଦିତ ମନେ ଉତ୍ସବ ପାଳନ୍ତି

  ସକଳ ଜନ ପରଜା ।


ଗ୍ରାମ, ଓ ସହର ଆନନ୍ଦ ମୁଖର

   ମାଆ ଆସୁଛନ୍ତି ବୋଲି

ଅସୁର ସଂହାରି ମାତ ଶାକମ୍ବରି

   ରକ୍ଷାକର ବସୁନ୍ଧରି ।


Rate this content
Log in