Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KUMAR PRASANT

Others

2  

KUMAR PRASANT

Others

ପାହାନ୍ତିଆ ଗ୍ରୀଷ୍ମ ସକାଳେ

ପାହାନ୍ତିଆ ଗ୍ରୀଷ୍ମ ସକାଳେ

1 min
235



କଜଳ ନୟନା,ସଜଳ ଚାହାଣୀ

ନ ଦିଅ ଯେ ବାରମ୍ବାର

ମନ ପାରାବାରେ ଭାସୁ ଅଛ ଖାଲି

ବୁଡିଯିବ କାଳେ ଲାଗୁଛି ଡର...!!!

ରୁଦ୍ର ତାପମାନ,ହେବକି ସମାନ

ତବ ଜ୍ୱଳା ହୁତାଶନ ସହ

ଗ୍ରୀଷ୍ମ ପ୍ରତ୍ୟୁଷରେ ଜଳାଇ ମାରୁଛ

ଦେଖାଦେବ କେବେ କହ ?

ଚାରୁ ଶିରି କଳା,ଗ୍ରୀଷ୍ମ ରେ ଶୀତଳା

ଗଙ୍ଗଶିଉଳି ର ବାସେ

ଫୁଟି ଉଠ ବାରେ,ଏ ଦୀନ କୁଟୀରରେ

ପାହାନ୍ତିଆ ଅବକାଶେ ।

ଝରି ପଡିବାରେ,ତନୁ ଅଙ୍ଗିମାରେ

ଅଧରେ ମିଠାସ ଢାଳି

ପାହାନ୍ତି ସକାଳ,ସରି ଆସିଲାଣି

ଖେଳ ନାହିଁ ଲୁଚକାଳି ।

                                                      


Rate this content
Log in