STORYMIRROR

PRASANTA MALIK

Others

3  

PRASANTA MALIK

Others

ପାଗଳାମି

ପାଗଳାମି

1 min
206

କିଏ ମୋତେ କହେ ପାଗଳ

ପୁଣି କିଏ ଦ୍ବିୱନା କହିଯାଏ

ତମେ ମତେ ପାଗଳ କହିଲେ

ମୋ ପାଗଳାମି ଆହୁରି ବଢ଼ିଯାଏ

ମୋ ସୁନେଲି ସ୍ବପ୍ନର ଅଗଣା

ତମ କଅଁଳା ହରିଣୀ ମନର ଠିକଣା

ଯେବେ ସ୍ବପ୍ନର ଭାବନା କବିତାରେ ଝରିଯାଏ

ମୋ ପାଗଳାମି ଆହୁରି ବଢ଼ିଯାଏ

ସାଗର ବୁକୁରେ ମିଶିବାକୁ ଜହ୍ନର ପ୍ରତୀକ୍ଷା

ମୋର ପ୍ରତୀକ୍ଷା ତମ ହୃଦୟର ସ୍ପନ୍ଦନକୁ

ଯେବେ ପ୍ରତୀକ୍ଷା ପ୍ରଶ୍ନଟିଏ ହୋଇଯାଏ

ମୋ ପାଗଳାମି ଆହୁରି ବଢ଼ିଯାଏ

ତମେ କୁସୁମିତ ମଧୁନ୍ଦ୍ରିକାର ଖିଅ

ତମ ଚାହାଣୀ ଚିରସ୍ରୋତାର ସୁଅ

ଯେବେ ତମ ଆଖି ତୀରିଛି ଚା‌ହାଣୀ ଦେଇଯାଏ

ମୋ ପାଗଳାମି ଆହୁରି ବଢ଼ିଯାଏ

ମୋ ପାଗଳାମି ଆହୁରି ବଢ଼ିଯା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍