STORYMIRROR

Binaya Bhusan Panigrahi

Others

2  

Binaya Bhusan Panigrahi

Others

ପାଦଚଲା ସ୍ଵପ୍ନ ..

ପାଦଚଲା ସ୍ଵପ୍ନ ..

1 min
5.0K


◆ ପାଦଚଲା ସ୍ୱପ୍ନ ପାଇଁ

ବିକଳ୍ପ ବିହୀନ ପଥ●

==============

କାଲିପରି ଲାଗେ,

ବେଳେବେଳେ କାନକୁ ବି ଶୁଭିଯାଏ

ମା କହେ, ମୁଁ କାଳେ ଜହ୍ନକୁ ଚାହିଁଲେ

ଜହ୍ନ ବି ମୋତେ ଚାହେଁ, କଥାହୁଏ,

କିରଣ ବୋଳେ ମୋ ଦେହରେ,

ମୋ'ଆଖିରେ ଭରିଦିଏ ରୂପେଲି ସପନ।

ତରାଙ୍କୁ ଚାହିଁଲେ ମୁଁ

ସେମାନେ ବି ମୋତେ ଚାହିଁ

ଆଖି ମିଟିକା ମାରନ୍ତି,

ଠାରରେ ପାଖକୁ ଡାକନ୍ତି,

ଆଉ କୁହନ୍ତି,"ଖାଲି ଚାହିଁଲେ ହେବନି ବାବୁ

ବଢିବାକୁ ହେବ ତୋତେ,ଚଢ଼ିବାକୁ ହେବ,

ବଡ ବି ହେବାକୁ ହେବ,

ପରଲଗା ସ୍ୱପ୍ନକୁ ସାତପର କରି

ପାଦଚଲା ସ୍ୱପ୍ନଟିଏ ଦେଖିବାକୁ ହେବ।


ଉପରକୁ ଚାହିଁଲେ କେବଳ

ପହଞ୍ଚି ହୁଏନା ଉପରେ ,

ଚାହିଁବା ଭିତରେ ନିହାତି ଚାଲିବାକୁ ହୁଏ।


ସ୍ମରଣ ରହିବା ବିଧେୟ-

ପର୍ବତର ଶିଖର ଉପରୁ

ତଳକୁ ତଳକୁ ଗଲେ

ଗୋଟେଗୋଟେ ଲକ୍ଷସ୍ଥଳ ପାଇଁ

ଅସଂଖ୍ୟ ପଥ ଲମ୍ବିଥାଏ।

ହେଲେ,ଏକା ସେଇ ପର୍ବତ ଶିଖରୁ

ଉପରକୁ ଉଠିବା ନିମିତ୍ତ

ବାଟଘାଟ କିଛି ନାହିଁ ଆଖିମୁଦି ଆଗେଇବା ପାଇଁ,

ନିଜକୁ ତିଆରିବାକୁ ହେବ ନିଜ ରାସ୍ତା,

ତାହାପୁଣି ବିକଳ୍ପ ବିହୀନ।


ସେ ରାସ୍ତାରେ ପାଦ ଥରେ ଭୁଇଁରୁ ଉଠିଲେ

ପଛକୁ ଫେରିବାର ପ୍ରଶ୍ନ ତ ଉଠୁନି,

ତେବେ,ଆଗକୁ ନ ବଢି ଯଦି ସେଇଠି ପଡ଼ିଲା

ସବୁକଥା ସରିଲା ସେଇଠି,

ଲକ୍ଷ ହେବ କକ୍ଷଚ୍ୟୁତ ତୁଚ୍ଛା ଦିବାସ୍ବପ୍ନ ।।"

=====©=====

ବିନୟ ଭୂଷଣ ପାଣିଗ୍ରାହୀ(ମିଟୁ)

ହରସିଂହ ପୁର,ପିରହାଟ ବଜାର,

ଭଦ୍ରକ, ଓଡ଼ିଶା-୭୫୬୧୩୧

ଦୁରଭାଷ କ୍ରମାଙ୍କ: ୯୯୩୭୫୪୮୪୩୧ ୯୪୩୮୬୭୦୧୨୦

ଭୁବନେଶ୍ୱର ଠିକଣା:

ଏସ-୫/୩୪୨,ନୀଳାଦ୍ରି ବିହାର,

ଚନ୍ଦ୍ରଶେଖର ପୁର,ଭୁବନେଶ୍ୱର-୭୫୧୦୨୧


Rate this content
Log in