STORYMIRROR

Bidyadhar Sethi

Others

2  

Bidyadhar Sethi

Others

ଓଃ....କି ବର୍ଷା !

ଓଃ....କି ବର୍ଷା !

1 min
243

ଡହଡହ ନିଦାଘର ଅପରାହ୍ନ ତାତି

ତତଲା ଏ ବୈଶାଖର ନିର୍ଦ୍ଦୟ ବୈଶାଖୀ

ଅଦିନିଆ ଝଡର ଏ ବିକଟାଳ ରୂପ

ମେଘମନ୍ଦ୍ର ଗର୍ଜନରେ ପ୍ରକମ୍ପଇ ଧରା

ଅଚାନକ ଶୁନଶାନ୍ ଗଳିକନ୍ଦି ରାସ୍ତା

ସହର ବସ୍ତି ଅଞ୍ଚଳ ନୁଆଁଣିଆ ଘର

ଟିଣ ଛପର ସତେକି ଉଦଣ୍ଡୀ ନର୍ତ୍ତକୀ

ଓଃ....କି ବର୍ଷାର ତାଣ୍ଡବ....!

ତୁହାକୁତୁହା ବର୍ଷୁଛି ଅବିଶ୍ରାନ୍ତ ଧାରା

ଥମିବାର ନାଁ ଧରୁନି ଜମା

ବର୍ଷଣମୁଖର ଏଇ ଅଦିନିଆ ବର୍ଷା ।


ଅଲାଜୁକୀ ବର୍ଷା ସତେ ମତୁଆଲା ମନେ

ଝୁମିଝୁମି ନାଚିଯାଏ ଭିଜା ତନୁମନେ

ଏକାନ୍ତେ ଭିଜାଏ ପୁଣି କୋଳେ ଭିଡିନିଏ

ଚୁମିଯାଏ ଅଧରୋଷ୍ଠ ଶକ୍ତ ଆଲିଙ୍ଗନେ

ଚୁପିଚୁପି କହେ କାନେ ପ୍ରୀତି ପରିଭାଷା

ଅବୁଝା ଲାଗଇ ମିଠା ଦହନର ନିଶା

ଓଃ....ଭାରି ଦୁଷ୍ଟ ତୁମେ ମତୁଆରୀ ବର୍ଷା ।

ଶ୍ରୀ ବିଦ୍ୟାଧର ସେଠୀ

ବ୍ୟକ୍ତିଗତ ସହାୟକ

ଜିଲ୍ଲା ପରିଷଦ କାର୍ଯ୍ୟାଳୟ, ବାଲେଶ୍ବର

ଓଡିଶା - ୭୫୬୦୦୧


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍