ନୂଆ ବର୍ଷର ଅଭିନନ୍ଦନ
ନୂଆ ବର୍ଷର ଅଭିନନ୍ଦନ
1 min
13.8K
ସୁରୁଜ ଦେବତା ପ୍ରସ୍ତୁତ ହେଲେଣି
ଧରି ନବ ଯାତ୍ରା ବେଶ
ମେଷ ରାଶି ଠାରୁ ଆରମ୍ଭ ତାଙ୍କର
ମୀନରେ କରିବେ ଶେଷ
ସକଳ ଶକ୍ତିକୁ ଧରିଛନ୍ତି ସିଏ
ତେଣୁ ଆମର ଜୀବନ
ସେଥିପାଇଁ ଆମେ ନୂଆ ବର୍ଷ ରୂପେ
କରି ଆସୁଛୁ ପାଳନ
ଜଳଧାରା ଦେଇ ଶାନ୍ତ କରିବାକୁ
ଆମ ସଂସ୍କୃତି କହଇ
ବେଲପଣା ପିଇ ଅତି ଆନନ୍ଦରେ
ବରଷାକୁ ଥାଉ ଚାହିଁ
ଏ ଶୁଭ ବେଳାରେ କରୁଛି ସ୍ୱାଗତ
ଘେନ ମୋ ଶୁଭକାମନା
ଆମ ନୂଆ ବର୍ଷ ସଭିଙ୍କ ପ୍ରାଣରେ
ଢାଳୁ ଖୁସିର ଜୋଛନା
ଚିତ୍ତ ରଞ୍ଜନ ଲେଙ୍କା (କଟକ)©
