Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bikesh Sahu

Others

4.9  

Bikesh Sahu

Others

ନପୁଂସକ

ନପୁଂସକ

1 min
397



କେବେ ବନ୍ଦ କରିବ

ତୁମ ଆକାଂକ୍ଷିତ ରାମ ରାଜ୍ୟରେ 

ନିଜେ ହିଁ ରାବଣ ସାଜି 

ଶହ ଶହ ସୀତାଙ୍କର ସତୀତ୍ୱକୁ 

ହରି ନେବାର ଖଳ ଚକ୍ରାନ୍ତ ?


କୋମଳ ନାରୀତ୍ବକୁ

କ୍ଷଣିକ ଆତ୍ମସନ୍ତୋଷ ପାଇଁ ତୁମ ବଳିଷ୍ଠ 

ପାଦ ତଳେ ଦଳି ଦେଇ

ଅଣନିଶ୍ୱାସୀ କରି ଚାଲିଥିବ ।


ସେ ପାଇଥାଉ କୁମାରୀତ୍ବ

ଅବା ନ ପାଇ ଥାଉ

ତୁମେ ବା କ'ଣ ପାଇଁ କରିବ 

ସେସବୁର ବିଚାର ।


ତୁମର ତ ଲକ୍ଷ୍ୟ ଖାଲି

ହୀନ ଅଭିଷ୍ଠକୁ ପୂର୍ଣ୍ଣ କରିବାର ।


ପୁଣି କୁହ ତମେ ନିଜକୁ ପୁରୁଷ !

ଯଦି ଏଇ ତମ ପୁରୁଷତ୍ୱ

ତେବେ ଧିକ୍ ତମ ପୁରୁଷ ପଣକୁ ।


ମୋ ଜାଣିବାରେ ତମେ ତ

କେବେ ହେଲେ ପୁରୁଷ ହୋଇନ ପାର ।


ବରଂ କାମନାର କରାଳ କବଳେ

ନିଜର ପୌରୁଷତ୍ୱ ହରେଇଥିବା 

ତୁମେ ଗୋଟେ ଅସହାୟ ନପୁଂସକ ।


Rate this content
Log in