STORYMIRROR

Pankajini Upadhaya

Others

2  

Pankajini Upadhaya

Others

ନମସ୍କାର

ନମସ୍କାର

1 min
14K




ଅଜସ୍ର ନାମର ଅଧିକାରୀ ତୁମେ

ଆହେ ପ୍ରଭୁ ବିବସ୍ନାନ

ନମସ୍କାର କରେ ଦୁଇ କର ଯୋଡି

କର ତୁମ ତେଜିୟାନ।

ପ୍ରତି ପ୍ରଭାତରୁ ପ୍ରାଚୀ ଆକାଣରୁ

ପ୍ରଭାରାଶି ବିଚ୍ଛୁରଣ

ସନ୍ତୋଷ ଚିତ୍ତରେ ମନ ଉଲ୍ଲାସରେ

ବାଣ୍ଟିବା ତୁମର ପଣ।

ସିନ୍ଦୁରା ଫାଟୁଛି ଅନ୍ଧାର ହଟୁଛି

ସତ୍ଯ ହୁଏ ପ୍ରକାଶିତ

ଅସତ୍ଯ ଅନ୍ଧାର ମନୁ କରି ଦୂର

ହୃଦୟ ସତ୍ୟ ଆଶ୍ରିତ।

ଶୁଭିଲାଣି ଜୀବ କଳ କଳ ରାବ

କାଉ ଡାକିଲାଣି କାଆ

ଉଠ ଉଠ ସଖା କର ନାହିଁ ମଠ

ସକାଳ ହୋଇଗଲା ପା।

ଶୁଦ୍ଧ ପୂତ ହୋଇ ପବିତ୍ର ମାନସେ

କର ସୂର୍ଯ୍ୟ ନମକାର

ବାରଟି ଅଭ୍ୟାସ ବାରବାର କରି

ରୋଗ କରିଦିଅ ଦୂର।

ବାର ନାମ ଧରି ସୂର୍ଯ୍ୟ ଗୁଣ ସ୍ମରି

ପୂତ ବ୍ଯାୟାମ ଅଭ୍ଯାସ

ରୋଗ ବିନାଶକ ସେ ପ୍ରାତଆଲୋକ

ଆଧାର ପ୍ରତି ଜୀବର

ପ୍ରାଣାୟାମ ଅଷ୍ଟ ଖଣ୍ଡ ସର୍ବାରିଷ୍ଟ

ରାମବାଣ ସେ ରୋଗର।

ସୂକ୍ଷ୍ମ ବାୟାମର ମଧ୍ଯାନ୍ତର ବେଳ

ଯୋଗର ସମୟ କାଳେ

ପ୍ରତି ଦିବସରେ ଅଭ୍ୟାସ ବଳରେ

ରୋଗ ଛୁଟିଯାଏ ମୂଳେ।

ସକାଳ ସ୍ନାହାନ ନଦୀ ସନ୍ତରଣ

ତାପ ଜଳ ଆପ ଵାୟୁ

ପଞ୍ଚମହାଭୂତେ ଗଠିତ ଏ ଶରୀ

ସକ୍ରିୟ ଶରୀର ସ୍ନାୟୁ।

କୁହୁଡିରେ ଘେରା ବସୁଧା ମା'ପରା

ସ୍ବର୍ଣ୍ଣବର୍ଣ୍ଣ ସ୍ବଳ୍ପ ଶୋଭା

ସୂର୍ଯ୍ୟ ପୂର୍ଣ୍ଣ ନୁହେଁ ପ୍ରାଚୀ ଗଗନରେ

ଫୁଟି ନାହିଁ ପୂର୍ଣ୍ଣ ଆଭା।

ରାସ୍ତାରେ ଗମନ ସୂର୍ଯ୍ୟଙ୍କୁ ନମନ

କଅଁଳ କିରଣ ରାଶି

ପ୍ରତି ଅଙ୍ଗେଅଙ୍ଗେ ହୁଏ ପ୍ରତିଭାତ

ସର୍ବ କଳୁଷ ବିନାଶି।

ସମୟର ପ୍ରାନ୍ତ ଲେଖାକରେ ଅନ୍ତ

ସୂର୍ଯ୍ୟଙ୍କ ବନ୍ଦନା ଗାଇ

ଆହେ ଭାନୁଦେବ ନ ହୋଇ ବିମୁଖ

ଦୁଃଖ ସବୁ ନିଅ ଧୋଇ।

ହସୁ ଏ ଜଗତ ପାଇ ତବାଲୋକ

ହସୁଏ ମରତ ଭୂଇଁ

ରବିବାର ବାସ ବ୍ରତ ଉପବାସ

ରବି ନାରାୟଣ ଧ୍ଯ୍ଯାୟି।

ନମସ୍କାର କରେ ପ୍ରତି ମୁହୂର୍ତ୍ତରେ

ହେ ସୂର୍ଯ୍ୟଦେବାୟ ନମଃ

ନମଃ ନମଃ ନମଃ ପ୍ରବିତ୍ର ଏ ନାମ

ଜପୁଛି ହେ ପରର୍ବ୍ରହ୍ମ।


Rate this content
Log in