ନମସ୍କାର
ନମସ୍କାର
1 min
39.5K
ସ୍ନେହ ପ୍ରେମ ପ୍ରୀତି ହୃଦୟରୁ ଦେଇ
କରୁଅଛି ନମସ୍କାର
ଶୁଣ ଭାଇ ଭଗ୍ନୀ ନମସ୍କାର କଥା
ବୁଝିଲେ ପାଇବ ସାର
ନମସ୍କାର କର ବାପା ମା’ ସୂର୍ଯ୍ୟଙ୍କୁ
ବିଛଣା ଛାଡିବା ମାତ୍ରେ
ନମସ୍କାର ଲୋଡା ଇଷ୍ଟ ଦେବା ଦେବୀ
ଯିବ ଯେବେ କର୍ମ କ୍ଷେତ୍ରେ
ସାଙ୍ଗ ସାଥୀ ସହ- କର୍ମୀଙ୍କୁ ଦିଅ ହେ
ପ୍ରୀତି ପୂର୍ଣ୍ଣ ନମସ୍କାର
ବିଛଣାକୁ ଯିବା ସମୟରେ ନିଦ୍ରା
ଦେବୀ ନମସ୍କାର କର
କମେ ନାହିଁ କେବେ ବଢେ ନିଜ ମାନ
କଲେ ଟିକେ ନମସ୍କାର
କିନ୍ତୁ ଏହା ସତ ନମସ୍କାରଟିଏ
କରିପାରେ ଆପଣାର
ଚିତ୍ତ ରଞ୍ଜନ ଲେଙ୍କା (କଟକ)
