STORYMIRROR

Binaya Bhusan Panigrahi

Others

2  

Binaya Bhusan Panigrahi

Others

ନିଶା

ନିଶା

1 min
365



ବଡ଼ ବିଚିତ୍ର ଏ ସହର ଟା ,

କାଁ ଭା ବାଦ ଦେଲେ କାହାକୁ କେମିତି

ସମସ୍ତେ ପ୍ରାୟ ବନ୍ଧା ଏଠି

କିଛି ନା କିଛି ଗୋଟେ ନିଶାରେ।


ଏମିତି ଦେଖିଲେ,

ନିଶା ଏଠି ଦିଶାଦିଏ ଜୀବନକୁ,

ଦୋଷ ଦିଏ କପାଳକୁ,

ଦାଶ ବି ବନାଏ।

ନିଶା,ବଞ୍ଚିବାର ରାହା,

ହାରିବା ଲୋକର ସାହା।

ଯାହାକିଛି ମିଳେ,ନିଶାର ଶ୍ରେୟ,

ଯାହା ହଜିଗଲା, ନିଶାର ଦାୟ।

ନିଶା ନାହିଁ ତ,ଆଶା ନାହିଁ ,

ବିନା ଆଶାରେ ଜୀବନ ବା କାହିଁ !!!


ପେଟ୍ରୋଲ ପମ୍ପ ଦିବାଲ ପାଖରେ

ଲୁଚିଲୁଚି ନାକ ଚିପି କିଏ

ବୋତଲଟେ ଖାଲିକରିଦିଏ

ବିନା ଚାଖଣାରେ,

ତା'ପରେ ଗଣିବସେ

ଗାଞ୍ଜିଆ ଭିତରେ ଥିବା ବାକି ପଇସାକୁ

ଯେଉଁଥିରେ କିଣାହେବ ଘରପାଇଁ

ମୁଣ୍ଡପିଛା ଦୁଇଶ ଚାଉଳ,

ଗୋଡ଼ିଆଳୁ, ପୋଇ ଓ କଖାରୁ।


ବଡ଼ବଡ଼ କ୍ଲବ ,ହୋଟେଲ ଓ ବାର ସବୁ

ଖୋଲାରହେ ରାତିସାରା

ବେପାର ହୁଏ,ହିସାବ କିତାବ ଚାଲେ,

ତାସ ଫେଣ୍ଟି ବାଣ୍ଟିବା ଭିତରେ

ବୋତଲ ଗୁଡା ଖାଲି ହେଉଥାନ୍ତି

ଜଳିଯାନ୍ତି ସିଗାରେଟ ପ୍ୟାକେଟ ପ୍ୟାକେଟ

ହୁକ୍କାର ଗାଢ଼ ଧୂଆଁ ଗାଢରୁ ଗାଢ଼ତର ହୁଏ

ପକେଟ ବାଧକ ନୁହେଁ ସେଠି

ନିଶା କମ ହୁଏ ବୋଲି

ଲୋଡାପଡେ ସୁନ୍ଦରୀ ଲଳନାଙ୍କ

ଅଶ୍ଳୀଳ ନୃତ୍ୟ ଓ ଅଙ୍ଗ ସାନିଧ୍ୟ,

ସମୟର ପାବନ୍ଧି ନାହିଁ,

ଚଳିବ ଫେରିଲେ ସକାଳ ପୂର୍ବରୁ।


କେହିଜଣେ ଓର ଉଣ୍ଡୁଥାଏ

କୋଉଠୁ କିଛି ମିଳିଗଲେ ଗୋଟେ

ବିକିଦେବ କବାଡି ଖାନାରେ,

ଦର୍କାର ହେବନି ଦର କଷାକଷି

ସେଇଁଠୁ ହି ମିଳିଯିବ

ରାତିକର ନିଶାପାଇଁ ଯେତିକି ଦର୍କାର

ସେତିକି ଗଞ୍ଜେଇ, ଚରସ,

ହେରୋଇନ, ବ୍ରାଉନ ସୁଗାର

କାଲି କଥା କାଲି ଦେଖାଯିବ

ରାତିଟା ବିତିଲେ କେଡେ ବଡ଼କଥା,

ରାତିଟେ ଅନ୍ତତଃ ସରୁ।


ପୋଡା ରୋଟି ର ବାସ୍ନାରେ

ଉନ୍ମାଦ ହୁଅନ୍ତି ଥୋକେ

ଏ ନିଶା କାବୁକରେ ଖୁବଶୀଘ୍ର,

ଆବୋରି ନିଏ ଗୋଟାପଣ,

ମୁହଁରୁ ଗଡିଯାଏ ନାଳ ଗରଳ ପରିକା

ରାତି ପାହି ସକାଳ ହେଇଯାଏ,

ରୋଟିପାଇଁ ନିଶା କିନ୍ତୁ କମେନା ଜମାରୁ।

===©===

ବିନୟ ଭୂଷଣ ପାଣିଗ୍ରାହୀ (ମିଟୁ)

ହରସିଂହ ପୁର,ପିରହାଟ ବଜାର,ଭଦ୍ରକ-୩୧

୯୯୩୭୫୪୮୪୩୧,୯୪୩୮୬୭୦୧୨୦


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍