STORYMIRROR

Sisir Panda

Others

2  

Sisir Panda

Others

ନିର୍ବାଚନ

ନିର୍ବାଚନ

1 min
814


ଧାରଣ କରି ମାଳା, ଗେରୁଆ ପୋଷାକ

ମଥାରେ ଲଗାଇ ସରୁ ତିଳକ

ବୃନ୍ଦାବନ ଯାଇ ରଟିଲେ ହରି ନାମ

ଅସାଧୁ ଭଣ୍ଡ ହେବ କି ଭକତ।

ସେବା ଭାବ,ଦେଶ ପ୍ରେମ ନଥାଇ ଅନ୍ତରେ

ସାଧୁ,ମହତ ବାଣୀ କହିଲେ ମୁଖେ

ଯେତେ ଦେଖାଇଲେ ମହାନ ଭାବ ଉପରେ

ଜିତି ପାରିବ ନି ନିର୍ବାଚନେ ସୁଖେ।

ହେବାକୁ ଚାହଁ ଯଦି ଲୋକ ପ୍ରତିନିଧି

ଦେଶ ଦଶ ସେବାରେ ଅଛି ରୁଚି

ଦୁଃଖ,କଷ୍ଟ ବେଳେ ଯାଅ ଲୋକଙ୍କ କତି

ସେବା କରି ଜିତ ତାଙ୍କର ମତି।


ଶିଶିର, କଟକ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍