STORYMIRROR

Bidyadhar Sethi

Others

3  

Bidyadhar Sethi

Others

ନିନାଦ

ନିନାଦ

1 min
185

କାହା ପାଦ ଶବଦରେ

ଭାଙ୍ଗିଯାଏ ମୋର ନିଦ

ସେ ଶବ୍ଦରୁ ଝରେ ନିତ୍ୟ

ଶାଶ୍ବତ ଅମୃତ ନାଦ ।


ଅଜ୍ଞାନ ତିମିର ରାତ୍ରି

କ୍ରମେ ଯାଏ ଅପସରି

ଶୁଭ୍ର ଜ୍ୟୋତିର ପରଶେ

ସାର୍ଥକତା ଯାଏ ଭରି ।


ଦିବ୍ୟ ଆଲୋକ ଚୈତନ୍ୟ

ଭିଜଇ ପୀୟୂଷ ନୀରେ

ନାଦ ବ୍ରହ୍ମ ଜ୍ୟୋତିର୍ମୟ

ସାତ୍ତ୍ବିକ ଚେତନା ଭରେ ।


ସୃଷ୍ଟି ମୂଳଭବ ଶବ୍ଦ

ଶବ୍ଦରୁ ସୃଷ୍ଟି ନିନାଦ

ନାଦରେ ହିଁ ପୂର୍ଣ୍ଣବ୍ରହ୍ମ

ବ୍ରହ୍ମମୟ ଏ ଜଗତ ।



Rate this content
Log in