STORYMIRROR

DILIP KUMAR SAHOO

Others

3  

DILIP KUMAR SAHOO

Others

ନିଜେ ତ ନିଜକୁ କଲ ଦାରୁଭୂତ

ନିଜେ ତ ନିଜକୁ କଲ ଦାରୁଭୂତ

1 min
254

    

    ଅଦଭୁତ ତୁମ କଳପନା ପ୍ରଭୁ

   ନିଜେ ତ ନିଜକୁ କଲ ଦାରୁଭୂତ

   ଶୂନ୍ୟ ସ୍ୱରୂପକୁ ଦେଲ ତୁମେ ରୂପ    

   ଭାବେ ହୁଏ ଭୋଳ ଦେଖି ଏ ଜଗତ...


   କିଏ କହେ ତୁମେ କାଠର କଣ୍ଢେଇ

   ମିଛରେ ଦେଉଛ ସଭିଙ୍କୁ ଭଣ୍ଡେଇ

   କିଏ ନିତି ଗାଇ ତୁଣ୍ଡେ ତୁମ ନାମ

   ବୁଲୁଥାଏ ମୁଣ୍ଡେ ତୁମକୁ ମୁଣ୍ଡେଇ

   ଗାଳିବି ସହୁଛ ଅଳିବି ଶୁଣୁଛ

   ତୁମରି ପ୍ରେମରେ ପାଗଳ ଭକତ

  ଭାବେ ହୁଏ ଭୋଳ ଦେଖି ଏ ଜଗତ ..


   ହାତ ନାହିଁ ସିନା ଭକତ ପାଇଁକି

    ଲମ୍ବିଯାଏ ପ୍ରଭୁ ତୁମ ମହାବାହୁ

  ଭକତକୁ ତୁମେ ଘଣ୍ଟ ଘୋଡାଇଛ

   ଘୋଟିବା ଆଗରୁ ମହାକାଳ ରାହୁ

  ଅବେଳରେ ତୁମେ ସହା ହୋଇ ପ୍ରଭୁ

   ସାରା ଦୁନିଆକୁ କରୁଛ ଚକିତ 

  ଭାବେ ହୁଏ ଭୋଳ ଦେଖି ଏ ଜଗତ...

  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍