STORYMIRROR

Pankajini Upadhaya

Others

3  

Pankajini Upadhaya

Others

ନୀଳ ଅପରାଜିତା

ନୀଳ ଅପରାଜିତା

1 min
13.1K



ଅପରାଜିତାର ନୀଳବର୍ଣ୍ଣ ଶୋଭା

ନୀଳମୟ ବର୍ଣ୍ଣବିଭା

ନୀଳେ ନୀଳାମ୍ବରୀ ନୀଳ ସ୍ପର୍ଶ କରି

ନୀଳରେ ସଜାଇ ଗଭା।

ନୀଳରେ ଆଦର ବହୁ ସମାଦର

ନୀଳବର୍ଣ୍ଣ କୃଷ୍ଣ ଯେଣୁ

ନୀଳ ପିତାମ୍ବରୀ ନୀଳ ଭାବ ଧରି

ନୀଳେ ନୀଳ ମନ ପୁଣି।

ଆହେ ନୀଳାମ୍ବର ଆସ ମହୀପୁର

ଆସ ହେ ବଂଶୀକୁ ଧରି

ସେ ବଂଶୀବାଦନେ ହସିବ ଧରଣୀ

ଲାଗିବ ସରଗ ପରି।

ଏ ପୂତ ପ୍ରଭାତେ ତବ ନାମ ସତେ

ଗୁଞ୍ଜରିତ ପ୍ରତି କର୍ଣ୍ଣେ

ଆସ ନୀଳାମ୍ବର। ଦିଅ ନୀଳାମ୍ବୁତ

ଶୋଭା ପାଉଁ ନୀଳାବର୍ଣ୍ଣେ।

ଶନିର ସକାଳ ବହୁ କାର୍ଯ୍ୟ ବେଳ

ଅଟକି ଗଲି ହେ ପ୍ରଭୁ

ତବ ନାମାମୃତେ ତବ ନାମ ଗୀତେ

ଦିନଟି ସଫଲ ଲଭୁ।

ଜଗତ କଲ୍ୟାଣ ସାଧନ ପାଇଁ କି

ବହୁ ଅବତାର ତୁମ

ବିଘ୍ନ ବିନାଶକ ପକ୍ଷ ପରେ ଆସି

ବିଘ୍ନ ହଟାଇବା କାମ।

ସମୟର କାଳ ସରି ସରି ଗଲା

ଘଣ୍ଟାରେ ସାଢେ ପାଞ୍ଚଟି

ଆଉ ଗାଇବିନି ନୀଳମ୍ବର ଗୀତ

ନୀଳାମ୍ବର ହୁଅ ସାହାଟି।


Rate this content
Log in