STORYMIRROR

Sisir Panda

Others

3  

Sisir Panda

Others

ନେତାଜୀ

ନେତାଜୀ

1 min
357


ପ୍ରଣାମ ଘେନ ମୋର ହେ ପୂଜ୍ୟ ନେତାଜୀ

ତୁମ ଦେଶ ପ୍ରେମ ଅଟେ ଅଦ୍ବିତୀୟ

ଦେଶ ମା'ର ସେବାରେ ତ୍ୟାଗିଲ ସର୍ବସ୍ବ

ଦେଶ ମୁକ୍ତି ଯୁଦ୍ଧେ ହୋଇଲା ବିଜୟ।

ହୀନ ନେତାଙ୍କ ଚକ୍ରାନ୍ତେ ନ ମିଳିଲା

ତୁମକୁ ଉଚିତ ଶରଧା ଓ ସମ୍ମାନ

ବାଧ୍ୟ ହୋଇ କରିଲ ଆତ୍ମଗୋପନ

ତୁମ ପାଇଁ ଭାରତ ହୋଇଛି ସ୍ବାଧୀନ।

ଧୀରେ ଧୀରେ ସତ୍ୟ ପଦାକୁ ଆସୁଛି

ସେସବୁ ଶୁଣି ଆମ ରକ୍ତ ତ ତାତୁଛି

ସେସବୁକୁ ଭାଳି ଭାରତ କାନ୍ଦୁଛି

ଦେଶମାତାର ଶତୃଙ୍କ କାଟିବୁ ଗୋଛି।

ଦିଅ ହେ ଆଶିଷ କରିବାକୁ ପୂର୍ଣ

ତୁମ ସ୍ବପ୍ନର ଭାରତ ବର୍ଷ

ଯେଠାରେ ଥିବ ସାମ୍ୟ ସମାଜବାଦ

ସବୁରି ମନରେ ଥିବ ହର୍ଷ।


ଶିଶିର, କଟକ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍