ନାରୀ
ନାରୀ
1 min
367
ଅଦ୍ଭୁତ ଲାଗେ
ନର ଓ ନାରୀ ର ସମ୍ପର୍କ
ନା ଦେବତା
ନା ଦାନବୀ
ପ୍ରେମରେ
ଜୁଡ଼ୁବୁଡ଼ୁ
ଅତ୍ୟନ୍ତ କୋମଳ
ଯୋଗୀମୁନୀ
ଦେବତାବି
ହାର୍ ମାନେ...
ଜୀବନକୁ ମହକାଏ
ପତ୍ନୀ ରୂପେ
ପବିତ୍ର ନିର୍ଣ୍ଣୟ ରେ
ପ୍ରକୃତି କୁ ଆହୁରି
ଲୋଭିଲା କରେ
ଲଜ୍ଜା ଓ ଶାଳୀନତାରେ...
ବିଶ୍ୱାସ ରୂପି
ରଜତ ନଗ ତଳେ
ପିୟୁସର ସୁକ୍ଷ୍ମ ସ୍ରୋତଟିଏ
ଆଜୀବନ ବୋହିଚାଲେ
ଆନନ୍ଦ ପାଏ ସେ
ଏମିତି ପ୍ରବାହିତ ହେଉଥିଲେ
ସମତଳ ଧାରାରେ....
ମନୁ ଓ ଶତରୂପା ସମ
ସାଲିସ୍ କରେ
ସମୟର ଅଗଣିତ
ଭାବନା ରେ....
