STORYMIRROR

Geeta Sarangi

Others

2  

Geeta Sarangi

Others

ମୁଁ ଫୁଲରେ ଫୁଲରେ ଫଗୁଣ ହେଲେ

ମୁଁ ଫୁଲରେ ଫୁଲରେ ଫଗୁଣ ହେଲେ

1 min
13.6K


 

ଫୁଲରେ ଫୁଲରେ ଫଗୁଣ ହେଲେ ମୁଁ
ତମେ ଚଇତାଳି ଚଇତ
ମେଘରେ ମେଘରେ ଆଷାଢ ହେଲେ ମୁଁ
ତମେ କବିତା ମେଘଦୂତ ॥୦॥

ଆଶାର ଆକାଶେ ଅନେକ ତାରକା
ତା ଭିତରେ ତମେ ଜହ୍ନ
ହୃଦୟ ମଧ୍ୟରେ ଅନେକ ସେନେହଁ
ତା ଭିତରେ ତମେ ପ୍ରେମ
କ୍ଷେତରେ କ୍ଷେତରେ ସୁନା ଫସଲ ମୁଁ
ତମେ ଏକା ମୋର ରଇତ ॥୧॥

ସାରା ପୃଥିବୀରେ ଅନେକ ଦରିଆ
ତା ଭିତରୁ ତମେ ସିନ୍ଧୁ
ଜୀବନ ପଥରେ ଅନେକ ପଥିକ ମୁମ୍ବାଇ
ତା ଭିତରୁ ତମେ ବନ୍ଧୁ ମୋ-୯୫୯୪୭୦୫୭୩୫
ବେଳାରେ ବେଳାରେ ଲହରୀମାଳା ମୁଁ
ତମେ ତ ସୁବର୍ଣ୍ଣ ସୈକତ ॥୨॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍