STORYMIRROR

SUJATA DAS

Others

4  

SUJATA DAS

Others

ମୁଁ ଆଉ ମୋ କବିତା

ମୁଁ ଆଉ ମୋ କବିତା

1 min
215


ଲେଖନୀ ଯେବେ ମୋ

ହାତେ ଆସିଯାଏ

ଝରିଆସେ କେତେ ଭାବ

ଭୟ ସଂଚାରଇ

ଥରିଯାଏ ହୃଦ

ଘଟିବାର କିଛି ଦୁଃଖ.

ଲେଖୁ ଲେଖୁ କାଳେ

ଲେଖିହେଇଯିବ

ହୃଦୟ ଯନ୍ତ୍ରଣା କଥା

ସେଇ କଥା ପୁଣି

କ୍ଷତ କୁରେତିବ

ଝରିବ ଅସହ୍ୟ ବ୍ୟଥା.

ମୋ ପାଇଁ ବାରଣ

ଶବ୍ଦର ଉଦ୍ୟାନ

ମୁଁ ଶାପ ଗ୍ରସ୍ତା ଫୁଲଟିଏ

ସାରସ୍ୱତ କଳା

ମୋ ସ୍ବପ୍ନ ଭାବନା

କଳଙ୍କିତ ଜୀବନରେ.

କାବ୍ୟ ରଚିଦେଲେ

ସମ୍ପର୍କ ତୁଟିବ

ହେଇଯିବି ନିର୍ବାସିତ

ପରିଚୟ ହୀନ

ଦୁନିଆ ଦାଣ୍ଡରେ

ହଜିଯିବ ମୋ ଅସ୍ତିତ୍ୱ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍