STORYMIRROR

Binaya Bhusan Panigrahi

Others

3  

Binaya Bhusan Panigrahi

Others

ମୁହୂର୍ତ୍ତ ସେମିତି ଥିଲା

ମୁହୂର୍ତ୍ତ ସେମିତି ଥିଲା

1 min
675



ସବୁଠି ଠୋକର ଖାଇ

କଳଙ୍କିତ ହେଲାପରେ

ନିଲଠା ମୁହଁରେ ଯେବେ

ମାଗିଦେଲି ତମର ସେ

ଝିଲମିଲ ହସରୁ ଚେନାଏ ;

ଖାଲି ଲାଗିଲାନି ମୋତେ

ବରଂ, ନିଶ୍ଚିନ୍ତ ହେଇଯାଇଥିଲି

ନାରାଜ ହେବନି ତମେ

ଏମିତି ସେମିତି ଟିକେ

ଘୃଣାରେ ନାକ ଟେକିଦେଇ

ଧଡକରି ବନ୍ଦ କରିଦେବ

ମୋ'ପାଇଁ ସବୁଦିନ ଲାଗି

ହୃଦୟର ପ୍ରତିଟି ଦୁଆର।

ମାତ୍ର,ଅଦ୍ଭୁତ ଥିଲା ସେ ମୁହୂର୍ତ୍ତ।

ତମର ମୋ'ପ୍ରତି ବିଶ୍ଵାସ ଓ

ମୋ ପ୍ରତି ମୋ'ର ଅବିଶ୍ୱାସ

ନିଃସର୍ତ୍ତ ସନ୍ଧିଟିଏ କରିନେଲେ

ଆଖିଦେଖା ସାକ୍ଷୀ ଟେ ନ'ରଖି,

ଶିଳାନ୍ୟାସ କରିଦେଲେ

ପ୍ରେମ ବୋଲି ପବିତ୍ର ତୀର୍ଥର।

ମୋ'ଆଖିର ନୀରବତାରୁ

ତମେ କଣ ବୁଝିଲ କେଜାଣି

ଆଖିବୁଜି ଆଞ୍ଜୁଳାରେ ମୋର

ଟେକିଦେଲ ମୁକ୍ତାଝରା ଓଠକୁ ତମର

ତା'ସାଥିରେ ଗୋଟିଗୋଟି କରି

ଜୀବନ ଯାକର ସ୍ୱପ୍ନ

ମନଖୋଲି ଖୁସିରେ ଖୁସିରେ,

କହିଲ;

"ଯା'ହେଉ ଆସିଲ ଗୋ ପ୍ରିୟ

ବିଳମ୍ବରେ ହେଉପଛେ

ଅତୀତ ହେବାକୁ ନଦେଇ

ଅପେକ୍ଷିତ ଏଇ ମୁହୂର୍ତ୍ତକୁ।

କେମିତି କହିବି ତୁମକୁ,

କ୍ଷଣେ ଛାଡି ଆସିଥିଲେ

ଦେଖିଥାନ୍ତ,

ମୋ'ଦୂନିଆ ମୋ'ଠାରୁ

ହେଇଥା'ନ୍ତା କାହିଁକେତେ ଦୂର।"

===©===

ବିନୟ ଭୂଷଣ ପାଣିଗ୍ରାହୀ(ମିଟୁ)

ହରସିଂହ ପୁର,ପୀରହାଟ ବଜାର

ଭଦ୍ରକ,ଓଡିଶା-୭୫୬୧୩୧

ମୋ:୯୯୩୭୫୪୮୪୩୧

୯୪୩୮୬୭୦୧୨୦

----------------

ପ୍ଲଟ୍ ନଂ-୩୪୨,ସେକ୍ଟର୍-୫

ନିଳାଦ୍ରୀ ବିହାର୍,ଚନ୍ଦ୍ରଶେଖର୍ ପୁର

ଭୂବନେଶ୍ୱର-୭୫୧୦୨୧

ଓଡିଶା


Rate this content
Log in