ମୃତ୍ୟୁର କୋଳରେ
ମୃତ୍ୟୁର କୋଳରେ
1 min
214
ମୃତ୍ୟୁର କୋଳରେ ନୀରିହ ମଣିଷ
ମଶାଣିଟା ସାରା ମଡା
ଜୁଇ ପରେ ଜୁଇ ନିଆଁ ଲିଭୁନାହିଁ
ଦିନ ରାତି ଶବ ପୋଡା ।
ଜର ଟିକେ ହେଲେ ଜୀବନକୁ ଡର
କାଶ ଛିଙ୍କ ଲାଗେ ଭୟ
କରୋନାର ନାଆଁ ଶୁଣୁଶୁଣୁ ଏବେ
ମନ ହେଉ ନାହିଁ ଥୟ ।
ପୁଅ ପରେ ବାପ ବାପ ପରେ ମାଆ
ପରିବାରର ଯାଏ ଧୋଇ
ମୁହଁରେ ଟିକିଏ ନିଆଁ ଦେବା ପାଇଁ
ରହୁନି ଜଣିଏ କେହି ।
ଅସ°ଖ୍ୟ ଅନାଥ ଦରୋଟି ଆଖିରୁ
କିଏ ସେ ପୋଛିବ ଲୁହ
କରୋନା ବା କାହୁଁ ବୁଝିବ କହରେ
କଅଁଳ ବଅସ କୋହ !
କଟକଣାକୁ ତ ଖାତର କରୁନି
ଥମୁନି କରୋନା ଖେଳ
ଅକାଳକୁ ଏବେ ବଳ ପାଉ ନାହିଁ
ହସୁଛି ମୃତ୍ୟୁର କୋଳ ।