Sisir Panda

Others

2  

Sisir Panda

Others

ମୋ ସ୍ବପ୍ନ.

ମୋ ସ୍ବପ୍ନ.

1 min
2.5K


।।ସ୍ବପ୍ନ।।
ନିତି ଦେଖେ ମୁଁ ସ୍ବପ୍ନ ଶୟନେ ଜାଗରଣେ
ଏମିତି ଏକ ବିଶ୍ବ ନଥିବ
ଯହିଁ ପ୍ରାଚୀର ଭେଦଭାବର
ସର୍ବେ ଗାଉଥିବେ ବିଶ୍ବ ଏକତାର ଗାନ।।

ସର୍ବତ୍ର ଶୁଭୁଥିବ ଶାନ୍ତି,ମୈତ୍ରୀର ସଂଗୀତ
ସବୁରି ହୃଦୁ ଦୂରେଇ ଥିବ
ଅଜ୍ଞାନତା ଓ ଅସହିଷ୍ଣୁତା
ଯେଉଁଠି ମନରେ ନଥିବ ସଂକୀର୍ଣ୍ଣତା ଆମ।।

ଏପରି ବିଶ୍ବ ନଥିବ ଯହିଁ ଭୋକର ଜ୍ବାଳା
ମାନବିକତା ହୋଇଥିବ
ସଭିଙ୍କ ଧର୍ମ କର୍ମ ମାଳା
ଏମିତି ବିଶ୍ବ ନଥିବ ଯହିଁ ଫୁଙ୍ଗୁଳା ଦେହ।।

ସବୁଠି ଦେଖି ଅବକ୍ଷୟ ମୂଲ୍ୟବୋଧର
ମନ ମୋର କରୁଛି ବିଦ୍ରୋହ
ଧ୍ବଂସିବାକୁ ତାମସିକ ଶକ୍ତି
ବାହ୍ୟ ଆଭ୍ୟନ୍ତରୁ ହୋଇ ଶୁଦ୍ଧପୂତ ଆଗ।।

ନିତି ଦେଖେ ସ୍ବପ୍ନେ ମୁଁ ଦିବ୍ୟ ମାନବଗଣ
ବିଚରନ୍ତି ଧରା ଧାମରେ
ଦେଖେ ପରିବର୍ତ୍ତିତ ରୂପ
ଆନନ୍ଦିତ ଧରାର ମଧୁଝରା ପ୍ରୀତିରେ।।

ଆସିବ ସୁଦିନ ହସିବ ମୋ ଧରା ସେଦିନ
ହସିବେ ଜଗତ କରତା
ହସିବେ ଜଗତରବାସୀ
ବିଶ୍ବ ଶାନ୍ତି,ଏକତା ଆଜିର ଆବଶ୍ୟକତା।।

ଏହା ମୋର ସ୍ବପ୍ନ କର ହେ ପ୍ରଭୁ ପୂରଣ।।
ଶିଶିର କୁମାର ପଣ୍ଡା, କଟକ।














Rate this content
Log in