STORYMIRROR

Rajabala Tripathy

Others

2  

Rajabala Tripathy

Others

ମୋ ସ୍ବପ୍ନ(୨)

ମୋ ସ୍ବପ୍ନ(୨)

1 min
13.6K


ସ୍ୱପ୍ନ ମୋର ପକ୍ଷୀ ଟିଏ ହୋଇ

ଦୂର କେଉଁ ଭୂଖଣ୍ଡ କୁ

ଡେଣା ଝାଡି ଉଡିଯିବା ପାଇଁ।।

ଯେଉଁଠି ନ ଥିବ କେବେ

ହିଂସା ଦ୍ୱେଷ ପରଶ୍ରୀକାତର

ସ୍ନେହ ପ୍ରେମ ବନ୍ଧୁ ଆଉ ପ୍ରୀତି

ଥିବ ସେଠି ହୋଇ ଭରପୁର।।

ସ୍ବପ୍ନ ମୋର ଫୁଟି ଯିବା ପାଇଁ

ଫୁଲ ହୋଇ ସେଇ ନଦୀ ତୀରେ

ଯେଉଁଠି ବଗିଚା ଭିଜେ

ବିନ୍ଦୁ ବିନ୍ଦୁ ନଦୀର ଜଳରେ।।

ସେ ନଦୀ ରେ ଖାଲି ସ୍ରୋତ ନୁହେଁ

ଉଛଳତା ଚଞ୍ଚଳତା ବହୁଥିବ

ହୋଇ ଶତ ଧାର।।

ସ୍ୱପ୍ନ ମୋ ଫୁଟିବା ପାଇଁ

ଫୁଲ ହୋଇ ସେଠି ବାରମ୍ବାର।।

ସ୍ବପ୍ନ ମୋର ଗୀତ ଟିଏ ହୋଇ

ରହିବାକୁ ସେହି ଓଠ ଧାରେ

ଛଳନା କି ପ୍ରତାରଣା ନୁହେଁ

ନିଷ୍ପାପ ହୃଦୟ ପୁଣି

ଜାତିପ୍ରେମ ଥିବ ଯେଉଁ ଠାରେ।।

ଜାଣେନା ମୁଁ... ମୁଁ ଜାଣେନା

କେବେ ମୋର ସ୍ୱପ୍ନ ହେବ ପୂର୍ଣ୍ଣ

ଅପେକ୍ଷା କରିବି ନିଶ୍ଚେ

ଯୁଗ ଯୁଗ ଧରି

ହେଉ ପଛେ ନେବା ପାଇଁ ଜନ୍ମ ପରେ ଜନ୍ମ।।



Rate this content
Log in