STORYMIRROR

Pareshchandra Das

Others

2  

Pareshchandra Das

Others

ମୋ ସାଥି ସାଜନା

ମୋ ସାଥି ସାଜନା

1 min
306




ମୁଁ ଯେ ଏକ ବନ୍ଧୁର ପଥର ଯାତ୍ରୀ,

ତୁମେ ମୋର ସାଥି ସାଜନା ।

କଣ୍ଟକମୟ ଚଲା ପଥ ମୋର,

ଖୁସି କେବେ ମୁଁ ବାଣ୍ଟି ପାରେନା ।।

ମୁଁ ଯେ ଏକ,,,,,,


ମୁଁ ଯେ ଏକ ରୁକ୍ଷ ଶୁଷ୍କ ତରୁ,

ମିଠା ରସ ମୋତେ ମାଗନା।

ଫୁଲ ,ଫଳ ନାହିଁ ବକ୍ଷେ ମୋର,

ଥୁଣ୍ଟା ବୃକ୍ଷେ ବସା ବାନ୍ଧନା ।।

ମୁଁ ଯେ ଏକ ,,,,,,,,


ମୁଁ ଯେ ଅଭିଶପ୍ତା ପାଷାଣୀ ଅହଲ୍ୟା,

କାହା ଦୁଃଖେ ଦୁଃଖୀ ହୁଏନା । ପ୍ରତିଛବି ସୁନ୍ଦର ଦେଖି ମୋର,

ଜମା ସାଥି ମିଛେ ଭୁଲନା ।।

ମୁଁ ଯେ ଏକ,,,,,,,,I


ମୁଁ ଜାଳୁଛି ମୋତେ ସମୟ ନିଆଁରେ,

ପାଖକୁ ତୁମେ ଭିଡ଼ି ଆସନା ।

ମୁଁ ଚାହୁଁନି କେବେ କିଏ ଜଣେ ଜଳୁ,

ମନେ ଭରି କେତେ ବାସନା ।।

ମୁଁ ଯେ ଏକ,,,,,,


ମୁଁ ଯେ ଏକ ନୀଢ଼ ହଜା କପୋତ,

ଦୂର ଦିଗବଳୟ ମୋ ଠିକଣା l

ଉଡ଼ି ଉଡ଼ି ମୁଁ ଯେ ଜରାଜୀର୍ଣ୍ଣ ଆଜି,

ଆଶ୍ଵାସନା ମୋତେ ଆଉ ଦିଅନା ।।

ମୁଁ ଯେ ଏକ,,,,,


ମୁଁ ଯେ ଏକ ଅସ୍ତଗାମୀ ସୁରୁଜ,

ସାୟାହ୍ନ ମୋ ଶେଷ ସ୍ଵାନ୍ତନା ।

ଅମା ରାତି ଅନ୍ଧାର ରେ ମୁଁ,

ଆଲୋକରେ ଜମା ଖୋଜନା।।

ମୁଁ ଯେ ଏକ ବନ୍ଧୁର ପଥ ର ଯାତ୍ରୀ,

ତୁମେ ମୋର ସାଥି ସାଜନା ,,,,,,


ପରେଶ ଚନ୍ଦ୍ର ଦାସ

ଗୋପାଳପୁର, ବାଲେଶ୍ବର











ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍