STORYMIRROR

Sudhir Kumar Panda

Others

4  

Sudhir Kumar Panda

Others

ମୋ ପ୍ରୀୟ ପୁସ୍ତକ

ମୋ ପ୍ରୀୟ ପୁସ୍ତକ

1 min
347

ଜୀବନରେ ପଢିଅଛି ଯେତେ ଗୁଡା ବହି

ସବୁଠାରୁ ଭଲ ଲାଗଇ ମୋ ଛବି ବହି।

ପ୍ରଥମ ପ୍ରେମର ଭଳି ପ୍ରଥମ ପୁସ୍ତକ

ବିଦ୍ୟାରମ୍ଭେ ଜୀବନର ପ୍ରଥମ ସ୍ତବକ।


ସ୍ବର ବର୍ଣ୍ଣ ହର୍ସ୍ବ ବର୍ଣ୍ଣ ଯେତେକ ବନାନ

ସାଥିରେ ସିଖିଲି ସବୁ ଯୁକ୍ତାକ୍ଷର ମାନ।

ଅକ୍ଷରକୁ ଶବ୍ଦ କିଛି ସାଥିରେ ତା ଛବି

ଶିକ୍ଷାର ଆକାଶେ ସେ ତ ଉଉଁଥିବା ରବି।


ଦରୋଟି ଭାଷାରେ ଯେବେ ଦେଉଥିଲି କହି

ଅରଣା ମଇଁଷି ଦେଖ ରହିଛି ଅନାଇ।

ଶିଖି କଟକ ନଗର ଧବଳ ଟଗର

ଶିକ୍ଷାରେ ଆଗ୍ରହ ଅତି ଆସୁଥିଲା ମୋର।


ଏ ବହିଟି ପ୍ରୀୟ ମୋର ଶିକ୍ଷା ମୂଳଦୁଆ

ଏଥିରୁ ଜ୍ଞାନକୁ ନେଇ ଆଜି ମୁଁ ଯେ ଠିଆ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhir Kumar Panda