ମୋ କନିଆଁ
ମୋ କନିଆଁ
1 min
297
ତା କାଚ କଙ୍କଣ ଝୁଣୁ ଝୁଣୁ ହେଲେ
ଛାତିରେ ଲାଗେ ମୋ ନିଆଁ।
ଓଦା ବସନରେ ଯେବେ ସେ ଆସଇ
କରଇ ମତେ କିମିଆଁ।।
ରୂପମତୀ ରାଣୀ ତେରେଛା ଚାହାଣି
ଗଣ୍ଡଦେଶେ କଳାଜାଇ।
ରୂପା ଅଣ୍ଟା ସୁତା ପିନ୍ଧିଅଛି ଗୋରୀ
ମନ ମୋ ନିଅଇ ମୋହି।।
ମୋ ଆଖି ଆଗରେ ତା ଆଖି ମିଶିଲେ
ହେଉଅଛି ସେ ଛାନିଆଁ।।।
ଛାତିରେ ଲାଗେ ମୋ ନିଆଁ
କରଇ ମତେ କିମିଆଁ।।।
ସଂଜବତୀ ଜାଳେ ପିନ୍ଧି ଧଳା ଶାଢୀ
ଚଉରା ମୁଳରେ ସେତ।
ନିତି ସକାଳରେ ଯାଏ ସେ ମନ୍ଦିର
ହାତେ ଧରି ବେଲ ପତ୍ର।।
ହେ ଶିବ ଶଙ୍କର ତୁମେ ଇଛା କଲେ
ସାଜିବ ସେ ମୋ କନିଆଁ।।।
ଛାତିରେ ଲାଗେ ମୋ ନିଆଁ
କରଇ ମତେ କିମିଆଁ।।।
