ମୋ ଜୀବନର ସ୍ମୃତି ପେଡି
ମୋ ଜୀବନର ସ୍ମୃତି ପେଡି
ବଞ୍ଚିବାର ମାନେ ନୁହଁଇ ଜୀବନ
ପ୍ରାଣ ପକ୍ଷୀ ଗଲେ ଉଡି
ତୋର'ମୋର ସେହି ଅଭୁଲା ଅତୀତ
ଏବେ ମୋ ପାଇଁକି ସ୍ମୃତି ପେଡି ।
ସ୍ମୃତି କେବେ ହୁଏ ମୁଠାଏ ଆକାଶ
କେବେ ହୁଏ ଲୁହ ଧାର
କେବେ ପୁଣି ଆସେ କଦମ୍ବରେ ଭରି
ଛାଇ ଲେଉଟାଣି ଖରା
ଆଖି କୋଣୁ ଝରି ଚିବୁକ ଭିଜାଇ
ନିଏ ମୁକ୍ତାର ଆକାର ।
ଶିହରଣ ଜାଗେ ଭାବିଦେଲେ ଥରେ
ତୋ' ମୋ ନିରତା ପ୍ରେମ
ନିର୍ଲିପ୍ତ ନୟନେ ସରସତା ନିଦ୍ରା
ଭାଙ୍ଗି ଦିଏ ମୋର ସ୍ୱପ୍ନ ।
ଯନ୍ତ୍ରଣା ବିହୀନ ସୁଖ ଖୋଜୁ ଥିଲି
ଝରା ଶେଫାଳୀଟେ ହେଲି
ଉଜାଗର ରହି ଦୀପ ଜାଳି ଜାଳି
କି ଅବା ଅସୁଲ କଲି ।
ମରମ ବ୍ୟଥାକୁ କହିବା ପାଇଁ କି
ପାଉନି ମୁଁ ନିଜ ଲୋକ
ଶରତର ଚାନ୍ଦ ମନ କିଣୁନାହିଁ
ଆଉ ଶୁଭୁନି ତୋ' "ବବି" ଡାକ ।
ସ୍ମୃତି ତୋ ରହି ମୋ ସ୍ମୃତି ପେଡିରେ
ଆଖିରେ ଆଖିଏ ଲୁହ
ଖୋଲିଦିଏ ଯେବେ ନିଃଶଦ୍ଦ ରାତିରେ
ହୃଦୟ ଥରାଇ ବାହାରିଆସଇ
ଜୀବନର ଯେତେ କୋହ ।
