ମୋ ଗାଆଁ
ମୋ ଗାଆଁ


ସୁରମ୍ୟ ସୃଷ୍ଟିର ଏଧରା ପୃଷ୍ଠେ
ଭାରି ଭଲ ଲାଗେ ମୋ ଗାଁଟି ମତେ ,
ତା ପାଣି, ପବନ, ସବୁଜୀମା ରେ
ମନ ଟାଣିନିଏ ସଭିଙ୍କ ସତେ
ହସିଲି ଖେଳିଳି ପଡି ଉଠିଲି
ଆଇ ଜଗିଛନ୍ତି ଦାଣ୍ଡରେବସି,
ସାଙ୍ଗ ଗହଳି ଛୁକୁ ଛୁକୁ ଗାଡି
ଧୂଳିଖେଳ ପରେ ଲୁଚକାଳି ବି
ମାଆ ସରସ୍ୱତୀ ପୂଜା ତିଥିରେ
ବାପା ବସେଇଲେ ଇସ୍କୁଲ ଘରେ,
"ମା" ଶବ୍ଦଟିକୁ ସିଲଟ ଖଡ଼ିରେ
ଆଜ୍ଞା ଶିଖାଇଲେ ଅତି ସରାଗେ
ଭୋର ପାହାନ୍ତା ରୁ ଦାଣ୍ଡ ଦୁଆର
ମୁଖରୀତ ଆଉ କର୍ମ ଚଞ୍ଚଳ,
ସୁନାର ଲହରୀ ଧାନ ଫସଲ
ଦୁଃଖେ କଷ୍ଟେ ଚାଷୀ କରଇ ଚାଷ
ଧାଡି ଧାଡି ଘର ଶାହୀ ପଡିଶା
ଅଙ୍କା ବଙ୍କା ପଥ ସଫା ସୁତୁରା,
ଚାଷ ବାସ ଆଉ ବାଡ଼ି ବେଉସା
ଧନ ଉପାର୍ଜନ ସବୁରି ନିଶା
ଗାଈ ଗୋରୁ ଛେଳି ଘେନି ସକଳେ
> ଗାଇଆଳ ନିଏ ଜଙ୍ଗଲ ପଟେ,
କୁଳୁକୁଳୁ ନଈ ଅଳପ ଦୁରେ
ମାମୁଘର ଦୂର ପାହାଡ ତଳେ
ହାଇସ୍କୁଲ ଆଉ ଆଙ୍ଗନବାଡ଼ି
ଡାକ ଘର ତଥା ଚିକତ୍ସା ଲାଗି,
ଆଖପାଖ ଲୋକେ ଆସନ୍ତି ନୀତି
ଗ୍ରାମ ପଞ୍ଚାୟତ ଯେଣୁ ଏଇଠି
ନାଟ, ତମାସା ଓ ପୂଜା ପରବ
ଯାନୀ, ଯାତ୍ରା, ପାଲା କେତେ ପ୍ରକାର,
ନୂଆଖାଇ ତଥା ନାନା ତିହାର
ବାରମାସକୁ ଯେ ତେର ପରଵ
ପାଠସାରି କେହି ଚାକିରୀ କଲା
ଦେଶ ଛାଡି କିଏ ବିଦେଶ ଗଲା,
ନଆସିଲା ପାଠ, ଚାଷ କରିଲା
ଛୁଆ ପିଲା ନେଇ ସହର ଗଲା
ଜଣକର ଦୁଃଖେ ଆନ ସାହାରା
ସରଳ ଜୀବନ ପ୍ରଭୁ ଭରଷା,
ନା ଭେଦଭାବ ବଡସାନ ଅବା
ମିଶି କି ରହନ୍ତି ଗାଆଁ ଟି ସାରା
ଆତ୍ମୀୟ ତଥା ଗୁରୁଜନ ଯେତେ
ହେ ସାଙ୍ଗସାଥି ମନେପଡ କେତେ,
ଯିଏ ଯେତେଦୁରେ ଥାଉ ପଛକେ
ପାରେନାହିଁ ଭୁଲି ଗାଆଁକୁ କେବେ