STORYMIRROR

Ramesh Chandra Behera

Others

4  

Ramesh Chandra Behera

Others

ମୋ ଗାଆଁ

ମୋ ଗାଆଁ

1 min
207

       

କେତେ ସୁନ୍ଦର ଅଟେ ଗାଆଁ ଟି ମୋର

ମନ୍ଦିର ମାଳିନୀରେ ଶୋଭା ତାହାର

ତା ମଝିରେ ଅଛି ଆମ ବିଦ୍ୟାଳୟ

ନିଜେ ଗଡ଼ିଛି ସେ ନିଜ ପରିଚୟ

ମୁଖ୍ୟ କାମ ଅଟେ ଚାଷ ମୋ ଗାଆଁର

ଶୋଭା ବଢ଼ାଉଛି ଅଲେଖ ମନ୍ଦିର

ରଜ,ହୋଲି,ଜାଗର, ଉଡ଼ା ଯାତରା

ପାଳନ ହୁଏ କେତେ ବରଷ ସାରା

ଅମଣିଆ ସାହି ଅଷ୍ଟମ ପ୍ରହରି

ପ୍ରୀତି ଭୋଜନ କିଣେ ମନ ଆମରି

ଗୁଡ଼ିଆ ପଦା ସ୍ୱରସ୍ବତୀ ପୂଜାର

ଗୁଗୁନି, ଆଲୁଦମ ହୁଏ ଆଦର

ପିଲାବେଳର ଖୁସି ଖେଳ ଛୁଟିର

ପାଟିକୁ ମଜା ପାଗଳା ବୁଢା ମଟର

ଇଂଜିନିୟର,କଳାକାର,ଲେଖକ

ମୋ ଗାଆଁର ମାନକୁ କରିଛି ଟେକ

ଶିକ୍ଷକ,ଡାକ୍ତର ଏ ମାଟିର ଗଢ଼ା

ଗାଆଁର ହିତ ପାଇଁ ସଭିଙ୍କୁ ଲୋଡ଼ା

ମୋର ଗାଆଁର ନାମ ଅଟଇ 'ବାଟୀ'

ସ୍ୱର୍ଗଠୁଁ ସୁନ୍ଦର ଧନ୍ୟ ତାର ମାଟି 



Rate this content
Log in