STORYMIRROR

Mamatamanjari Das

Others

3  

Mamatamanjari Das

Others

ମୋ ଦୃଷ୍ଟିରେ କବିତା

ମୋ ଦୃଷ୍ଟିରେ କବିତା

1 min
398

ତୋ'ସ୍ମୃତିର ଝଲକାଏ ପବନ

ଯେବେ ମୋ ଝରକା ଛୁଏଁ

ମୋ ମନର ଅକୁହା କଥା ଯେତେ

କବିତା ର ରୂପ ନିଏ ।


କଲମ ମୋ ସାଜେ ନବ ଯୌବନା

ମନ ମୋର ହୁଏ ଆନମନା

ଭାବନାର ପଣତ ତଳେ ହୃଦୟ ମୋ

କବିତା ର ମାୟା ଜାଲ ବୁଣେ,

ଶବ୍ଦର ଚିରୁଣୀରେ ତୋ' ସ୍ମୃତି ସବୁକୁ

କେଶ ବିନ୍ୟାସ କରି

ମୁଁ ମଜ୍ଜିଯାଏ ନୂଆ ନୂଆ କବିତା ଲେଖାରେ।


କାଲି ମୋତେ ଯାହା ଲାଗୁଥିଲା ସତ

ଆଜି ଲାଗେ ମିଛ

ଆଜି ବୋଧେ କବିତା ଟି ମୋର

ହେବ ନବ ଯୌବନ ପ୍ରାପ୍ତ

ମନ ମୋର ବୁଝେନାହିଁ ହୃଦୟର ଭାଷା

ଶୋଡଷ ସୃଙ୍ଗାରରେ ସଜାଇ ତାକୁ

ଲେଖଇ କବିତା ।


ଅନ୍ତହୀନ କାଳର ବକ୍ଷରେ

ତୁ'ଯାଉ ଫେରି

ଲେଖା ମୋର ରହିଯାଏ ଅଧା

ମୋ ଏକଲା ପଣରେ ,

ଗାଢ଼ ରାତି ଲୁହର କାକର ଟୋପାରେ

ବତୁରି ଯାଏ ମୋର

ପ୍ରତିଟି କବିତା ର ପଙ୍କ୍ତି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍