STORYMIRROR

Sudhir Kumar Panda

Others

3  

Sudhir Kumar Panda

Others

ମୋ ବାପା

ମୋ ବାପା

1 min
274

ଯାହା ହାତ ଧରି ମୁହିଁ ଚାଲିବା ଶିଖିଲି

ଭାବ ଆଉ ଭାଷା ସବୁ ଅଭ୍ୟାସ ମୁଁ କଲି

ଯିଏ ମୋ ମଥା ଉପରେ ବିଜୟର ଟିପା

ସିଏ ଆଉ କେହି ନୁହେଁ, ସିଏ ମୋର ବାପା।


ଯାହାଙ୍କ ସ୍ନେହ ସରାଗ ଆପଣାଏ କୋଳେ

ଆଦର୍ଶ ଯାହାର ନେଇ ଭବିଷ୍ୟତ ଭାଳେ

ଯାହାଙ୍କର ପ୍ରେରଣାରେ ସଫଳତା ମପା

ଅତୁଳନୀୟ ସେ ବ୍ୟକ୍ତି, ସିଏ ମୋର ବାପା।


ଯାହାକୁ ଦେବତା ସହ କଳନା ହୁଏନା

ବାପ ଥିଲେ ଛୁଆ ପରା ସଭାରେ ହାରେନା

ଯାହାପାଇଁ ପ୍ରେମ ଭକ୍ତି ନୁହେଁ ମପାଜୁପା

ଦେବତା ଠାରୁ ବି ବଡ, ସିଏ ମୋର ବାପା।


ଯାହା ପାଇଁ ନାଆଁ ମୋର, ସଂଜ୍ଞା ମୋର ଜପା

ସରଗଠୁ ବଳି ସିଏ, ସିଏ ମୋର ବାପା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhir Kumar Panda