STORYMIRROR

Binaya Bhusan Panigrahi

Others

2  

Binaya Bhusan Panigrahi

Others

ମନେପଡ ଅଠର ଗୋ ତମେ

ମନେପଡ ଅଠର ଗୋ ତମେ

1 min
251



ଅଠର ଗୋ ତମେ ଗଲାବେଳେ କାଲି

ଚାହିଁଥା'ନ୍ତ ଯଦି ଫେରି।

ଦେଖି ଥା'ନ୍ତ ନୂଆ ବରଷେ ତୁମକୁ

ହେଉଥିଲି କେତେ ଝୁରି।।

କାଲି ପରି ଲାଗେ ଆସିଥିଲ ତମେ

ଆକାଶେ ସପନ ନେଇ

ଝାଟିମାଟି ଘର ଅଗଣାକୁ ମୋ'ର

ସରଗ କରିବା ପାଇଁ।।

ତମକୁ ଭରସି ମଲା ସପନେ'ମୋ

ଭରିଦେଇଥିଲି ପ୍ରାଣ

ସପନ ଅଧା ରେ ପାହିଗଲା ରାତି

ଆସିଲା ଫେରିବା ଦିନ।।

ଦେଲ କିଛି ସୁଖ ତା'ସାଥିରେ ଦୁଃଖ

ସମାନ ସମାନ କରି,

ଆଉ କିଛି ଦେବା ପ୍ରତିଶ୍ରୁତି ଦେଇ

ନ'ଦେଇ ଯାଉଛ ଫେରି।।

ନୂଆ କିଛି ନୁହେଁ ରୀତି ଏ ପୁରୁଣା

ଆସି ପୁଣି ଫେରିଯାଅ,

ଜାଣେନା କାହିଁକି ଫେରିଗଲେ ତମେ

ଆଖିରେ ଜକାଏ ଲୁହ।।

ସମ୍ପର୍କ ନିବିଡ଼ ହେଲାବେଳେ ଲାଗେ

ସାଥିରେ ଅଛି ମୋ କେହି,

ବନ୍ଧନ ତୁଟାଇ ଫେରିଗଲେ ଭାବେ

ଏକୁଟିଆ ଗଲି ହେଇ।।

ବିଧିର ବିଧାନ କେ କରିବ ଆନ

ସମୟ ପ୍ରବହମାନ,

ପୁରୁଣାକୁ ଭୁଲି ନୂଆକୁ ଆଦରି

ବଞ୍ଚିବା ବୋଧେ ଜୀବନ।।

=====©=====

ବିନୟ ଭୂଷଣ ପାଣିଗ୍ରାହୀ( ମିଟୁ)

ହରସିଂହ ପୁର,ପିରହାଟ, ଭଦ୍ରକ

୯୯୩୮୫୪୮୪୩୧

୯୪୩୮୬୭୦୧୨୦

(ଏସ-୫/୩୪୨,ନୀଳାଦ୍ରି ବିହାର,

ଚନ୍ଦ୍ରଶେଖର ପୁର,ଭୁବନେଶ୍ୱର-୨୧)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍