STORYMIRROR

Ambika Swain

Others

3  

Ambika Swain

Others

ମମତମୟୀ "ମାଆ"

ମମତମୟୀ "ମାଆ"

2 mins
14.4K


ସର୍ବଂସହା ମାଆ ଧରିତ୍ରୀ ପରି

ମା ର କୋମଳ କୋଳ

ସେହି କୋଳରୁ ସଦା ଝରୁଥାଏ

ମଧୁ ଅମୃତ ର ଜଳ ।।

ସଂସାରରେ ଯେତେ ଅଛି ସୁଖ ଆଉ

ସ୍ନେହ ସମ୍ପର୍କର ଡୋର

ସବୁଠୁ ଗଭୀର ସବୁଠରୁ ଶେଷ୍ଠ

ମାଆ ର ମଧୁର ସ୍ୱର ।।

ସଂସାର ରେ ଏମିତି ଶବ୍ଦ ନାହିଁ

ମା ଠରୁ ବେଶି ମଧୁର

ମା ଡାକରେ ସଦା ବହୁ ଥ ,

ଝର ଝର ମୁକ୍ତା ଧାର ।।

ମା ଶବ୍ଦରେ ସଦା ଭରି ରହି ଥାଏ

କେତେ ଐଶ୍ୱରୀୟ ଶକ୍ତି

ହୃଦୟ ମନରେ ସଦା କରୁଥିବା

ମାଆ କୁ ଆମର ଭକ୍ତି ।।

ମା'ମା'ବୋଲି ଡାକିଦେଲେ ଥରେ

କେତେ ବିପଦ ଯାଏ ଟଳି

ମା ମାଡ ଗାଳି ପିଲା ପାଇଁ ଅଟେ

ଶ୍ରୀ କ୍ଷେତ୍ର ଦାଣ୍ଡର ଧୁଳି ।।

ମାଆ ଠରୁ ବଡ ନାହିଁ କେହି ଆଉ

ତାର ପରି କିଏ ହେବ

ସଂସାର ର ବୋଝ ବାହି ଚାଲି ଥାଏ

ତା ଦୁଃଖ କିଏ ନେବ !!

କେତେ ଦଡମଡି କଷ୍ଟ ସହି ସିଏ

ପିଲାଙ୍କୁ ମଣିଷ କରେ

ରାତି ରାତି ସିଏ ଉଜାଗର ରହି

କୋଳରେ ପିଲା କୁ ଧରେ ।।

ମାଆ ଠାରୁ ବଳି କେହି ନାହିଁ ସେତ

ସ୍ଵର୍ଗାଦପି ଗରିୟସୀ

ସକାଳ ସଂଜରେ ପ୍ରଭୁଙ୍କ ପାଶ। ,

ବସେ ମଙ୍ଗଳ ମାନସୀ ।।

ମାଆ ପରି କିଏ ଅଛି ଏ ସଂସାରେ

ବୁଝିବ ମନର କଥା

ପିଲାର ମନରେ ଖୁସି ଦେବା ପାଇଁ

ଭୁଲି ଯାଏ ନିଜ ବ୍ୟଥା ।।

ଭୋକ ଉପାସରେ ରହି ମା ଟିଏ

ପିଲାର ଯତନ କରେ

ନିଜେ ନ ଖାଇ ସିଏ ପେଟକୁ ଭଲ

ପିଲାର ପେଟରେ ଭରେ ।।

ମାଆ ର ସ୍ନେହର ପଣତ କାନି

ସୁରକ୍ଷା କବଚ ମୁଣି

ସବୁ କଷ୍ଟ ତାର ଦୂର ହୋଇ ଯାଏ

ପିଲା ହେଲେ ଜ୍ଞାନୀ ଗୁଣୀ ।।

ପିଲାମାନେ ତୁମେ ହେଳ। କରିବନି

ମା' କୁ କରିବ ଆଦର

ମାଆ ର ଆଶିଷ ମଥା ପରେ ଥିଲେ

ଜୀବନ ହେବ ସୁନ୍ଦର ।।

ମାଆ ପରି କିଏ ଅଛି ଏ ସଂସାରେ

ତା ଋଣ ପାରିବ ଶୁଝି

ଦଶ ମାସ ଧରି ପିଲା କୁ ଗର୍ଭରେ

ଯେତେ କରିଥାଏ ଯୁଝି ।।

" ମାଆ"ର ମମତା ଗଭୀର ସାଗର

ମାପି ହୁଏନାହିଁ ତାକୁ

ମାଆ ପାଦ ଧୁଳି ମଥାର ଚଦନ

ଭୁଲିବନି କେବେ ମା ଙ୍କୁ

ମାଆ ପରି କେହି ନାହିଁ ଏ ଜଗତେ

ମା' ତ ଜଗତ ଶ୍ରେଷ୍ଠ ମାଆ ଋଣ କେହି ପାରିବେନି ଶୁଝି

ଗର୍ଭେ ପାଇଥାଏ (ଯେତେ) କଷ୍ଟ ।।

ଦୟମୟୀ,ତ୍ୟାଗମୟୀ ଜନନୀ ସେ

ନିସ୍ୱାର୍ଥ ପର ଆମ ମାଆ

ତାହାରି ଚରଣେ କୋଟି ପ୍ରଣିପାତ

ସେ ଅଟେ ସଂସାର ସାଆ ।।


==+==


ଭାଗ=2


" ବୋଉ"

ଦଶମାସ ରଖି ଜନମ ଦେଲୁ ତୁ

ଧାରାକୁ ଆଣିଲୁ ମୋତେ

କେତେ କଷ୍ଟ ସହି ମୋର ନାତ ଖାଇ

ସହିଲୁ ଭରା ଯେ କେତେ ।।

କେତେ ରାତି ରାତି ଉଜାଗର ରହି

ସେବା ଯତ୍ନ ମୋର ନେଲୁ

ତୋହରି ସ୍ନେହର ପଣତ ବୁକୁରେ

ବୁକୁ ଚିରି ଖାଦ୍ୟ ଦେଲୁ ।।

କେତେ ଅଳି ଅର୍ଦ୍ଧଳି ଅଝଟ ମୋର

ହସି ହସି ତୁ ସହିଲୁ

ନିଜେ ନ ଖାଇ ତୁ ପେଟକୁ ଭଲ

ମୋର ଉଦରେ ଭରିଲୁ ।।

ଜ୍ୱର ଝାଡା ହେଲେ ଅନିଦ୍ରା ତୁ ରହି

ମୋର ଯତନ ତୁ ନେଲୁ

ମୋ ଆଖିର ଲୁହ ସହି ନ ପାରି ତୁ

ପଣତ ରେ ପୋଛି ଦେଲୁ ।।

ସବୁ ମନେ ଅଛି ତଥାପି ରହୁଛି

ବୁଝିଲି ନାହିଁ ତୋ ଦୁଃଖ

ତୋର ଠାରୁ ମୁହିଁ ଦୂରରେ ରହିଲି

ଲଭିଲି ମାୟାର ସୁଖ ।।

ବୋଉ ଏ ଅଧମ କ୍ଷମା ମାଗୁଅଛି

ରଖି ଥିବୁ ଆଶୀର୍ବାଦ

ତୋତେ ହେଳା କରି ଅନୁତପ୍ତ ମୁହିଁ

ମନରେ ଆସୁଛି ଖେଦ।।

ତୋ ପରି କିଏ ହେବ ଲୋ ବୋଉ

ତୁ ଅଟୁ ଜଗତ ଶେଷ୍ଠ

ତୋର ଋଣ କଣ ଶୁଝି ପରିବିକି

ଗର୍ଭେ ଦେଇଥିଲି ଯେତେ କଷ୍ଟ

==◆==


ଅମ୍ବିକା ସ୍ୱାଇଁ, ଭୁବନେଶ୍ୱର ୯୬୬୬୫୯୯୬୯୫


Rate this content
Log in