ମମତାମୟୀ ମାଆ
ମମତାମୟୀ ମାଆ
ନାରୀର ଅନ୍ୟ ନାମ ମାଆ
ସ୍ନେହ ପ୍ରେମ ମମତାର ହିମାଳୟ ପରି ସିଏ
ଦୁଃଖ କ୍ଳେଶ ଯନ୍ତ୍ରଣାକୁ ଲୁହ କରି ପିଇଯାଏ
ଛାତିରେ ଛାତିଏ କୋହ ନିରବରେ ସହିଯାଏ
ବିଶାଳ ଧରିତ୍ରୀ ସର୍ବଂସହା ।
ସୃଷ୍ଟିର ପ୍ରାରମ୍ଭ ସେ'ଯେ କରୁଣାର ମଉସୁମୀ
ଅନନ୍ତ ନୀଳ ଆକାଶ, ସାଗରର ବେଳାଭୂମି
ଆଷାଢର ମନ୍ଦବୃଷ୍ଟି, ସରଗର ମନ୍ଦାକିନୀ
ନିସ୍ତେଜା ପ୍ରାଣରେ ଦିଏ ସାହା ।
ପଦ୍ମଗନ୍ଧା ପଦ୍ମାଳୟା ପୂର୍ଣ୍ଣଗର୍ଭା ଗୋଦାବରୀ
ପୂଣ୍ୟତୋୟା ବୈତରଣୀ ପ୍ରେରଣାର ଅସୁମାରି
ଦୟା କ୍ଷମା ବର୍ଷା ପରି ବରଷେ କରୁଣା ବାରି
ବିପଦେ ଆପଦେ ହୁଏ ସାହା
ସେ ମୋ' ମମତାମୟୀ ମାଆ ।
ଶ୍ରୀ ବିଦ୍ୟାଧର ସେଠୀ
ବ୍ୟକ୍ତିଗତ ସହାୟକ
ଜିଲ୍ଲା ପରିଷଦ କାର୍ଯ୍ୟାଳୟ, ବାଲେଶ୍ବର
ଓଡିଶା - ୭୫୬୦୦୧
