STORYMIRROR

Deepak Sarangi

Others

2  

Deepak Sarangi

Others

ମହିଷାମର୍ଦ୍ଦିନୀ

ମହିଷାମର୍ଦ୍ଦିନୀ

1 min
13.5K


ମହିଷାମର୍ଦ୍ଦିନୀ

ଦୀପକ ଷଡଙ୍ଗୀ

ଆଶ୍ଵିନ ମାସର ଅୟମାରମ୍ଭରେ

ଆସ ଗୋ ମା ମହାମାୟୀ

ସୁଜଳା ସୁଫଳା ହୋଇଯାଏ ଧରା

ତୁମ ଆଗମନ ପାଇଁ ।


ଆସ ଯେବେ ତୁମେ ଗଜ

ବାହାନ କି ଦୋଳା ବାହାନରେ ଚଢି

ଫଳ,ପୁଷ୍ପ ସବୁଜିମାରେ ଭରିଯାଏ ଧରା

ଲାଗେ ସତେ କି ଏକ ରଙ୍ଗବେରଙ୍ଗ ର ଶାଢୀ ।


ନବରାତ୍ରର ଜାଗରଣ କରି

ଭକତ ନିଜର ସୁଖକୁ ମନାସୁ ଥାଏ

ଅଭୟଦାୟିନୀ କଷ୍ଟନିବାରିଣୀ ବୋଲି

ପରା ଜଗତ ତୁମକୁ ବୋଲାଉ ଥାଏ ।


ଧରାପୃଷ୍ଠରେ ଦୁଷ୍ଟ ଦାନବର ବଢିଥାଏ

ଯେବେ ଯେବେ କ୍ରୁରତାର ଅତ୍ୟାଚାର

ସଂହାର କରିବା ପାଇଁ ନେଇଥାଅ

ତୁମେ ଦଶଭୂଜା ଦୁର୍ଗାର ଅବତାର ।


ଧର୍ମ କୁ ଢାଲ କରି ଏ ସଂସାରେ

ବାହାରିଲେଣି ଶହ ଶହ ମହିଷାସୁର

ମହିଷାମର୍ଦ୍ଦିନୀହୋଇ ସଂହ।ର କର

‘ମା’ ଶାନ୍ତ ହେଉ ଆମ ବିଶ୍ଵପୁର ।


ଅଧ୍ୟାପକ,ରୋଲାଣ୍ଡ ଫାର୍ମାସୀ କଲେଜ


Rate this content
Log in